Site icon Awaj Media

ଅଭୟପୁର ଗ୍ରାମରୁ ଦେଶି ମଦ ଜବତ , ଜଣେ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଅଭୟପୁର ଗ୍ରାମରୁ ଦେଶି ମଦ ଜବତ , ଜଣେ ଗିରଫ ! ସୁକିନ୍ଦା ଥାନା ଅନ୍ତର୍ଗତ ଅଭୟପୁର ଗ୍ରାମରୁ ସୁକିନ୍ଦା ପୋଲିସ ଦ୍ବାରା ବିପୁଳ ଦେଶି ମଦ ଜବତ । ସୂଚନା ମୁତାବକ ଅଭୟପୁର ଗ୍ରାମର ନିଧି ବିନ୍ଧାଣୀ ଚୋରା ଦେଶି ମଦ ବିକ୍ରି କରୁଥିବା ସୁକିନ୍ଦା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ସୁକିନ୍ଦା ପୋଲିସ ଅଭୟପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ବିପୁଳ ଦେଶି ମଦ ଜବତ କରିବା ସହିତ ଚୋରା ଦେଶି ମଦ କାରବାରରେ ସମ୍ପୃକ୍ତ ନିଧି ବିନ୍ଧାଣୀଙ୍କୁ ଗିରଫ କରିଛି । ସୁକିନ୍ଦା ପୋଲିସ ସାକ୍ଷ୍ୟ ପ୍ରମାଣ ଆଧାରରେ ନିଧି ବିନ୍ଧାଣୀଙ୍କ ନାମରେ ମାମଲା ରୁଜୁ କରି ତାଙ୍କୁ ସୁକିନ୍ଦା ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଛି ।

Exit mobile version