Site icon Awaj Media

ବଡମ୍ବା ଥାନା ସାଜିଛି ନୀରବ ଦ୍ରଷ୍ଟା : ଅଭିଯୋଗ ଆଣି ଆମରଣ ଅନଶନ କଲେ ମହିଳା !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ବଡ଼ମ୍ବା ବ୍ଲକ ଅଧିନ ଗୋପପୁର ପଞ୍ଚାୟତ ପଙ୍କାଳ ଗ୍ରାମ ର ମଲିକା ସାହୁ ଙ୍କ ଘରେ ଗତ ମାସ ୧୮ ତାରିଖ ସନ୍ଧ୍ୟା ୬ ଘଟିକା ସମୟ ରେ ପଡୋଶୀ ଅନାଧିକାର ପ୍ରବେଶ କରି ଗାଳି ଗୁଲଜ କରିବା ରେ ମଲିକା ସାହୁ ପ୍ରତିବାଦ କରିଥିଲେ ! ୮ ଜଣ ପଡୋଶୀ ଘର ବ୍ୟକ୍ତି ଅଶାଳୀନ ବ୍ୟବହାର କରିବା ସହ ଜୋର ଜବରଦସ୍ତ ମାଡ ମାରି ଟଣା ଓଟରା କରି ପିନ୍ଧା ଲୁଗା କୁ ଚିରା ଚିରି କରି ତଳେ ପକାଇ ମାରିବା ସମୟ ରେ ସ୍ବାମୀ ବୈକୁଣ୍ଠ ସାହୁ ଓ ପୁଅ ପହିଞ୍ଚିବା ପରେ ପଡୋଶୀ ଘର ବ୍ୟକ୍ତି ମାନେ ମଲିକା ସାହୁ ଙ୍କୁ ଛାଡି ପଳାଇ ଥିଲେ ! ଧାରୁଆ ଅସ୍ତ୍ର ଦ୍ଵାରା ମଲିକା ସାହୁ ଙ୍କ ଘର ଭାଙ୍ଗିଥିଲେ ଏହାକୁ ନେଇ , ସନ୍ଧ୍ୟା ୭ ଘଟିକା ସମୟ ରେ ମଲିକା ସାହୁ ଅଭିଯୋଗ କରିଥିଲେ ! କିନ୍ତୁ ବଡ଼ମ୍ବା ଥାନା ଅଧିକାରୀ ଏହି ଘଟଣା ରେ କୌଣସି ପଦକ୍ଷେପ ନ ନେଇ ବାରମ୍ୱାର ନିରାଶ କରିବା ରେ ନିରୁପାୟ ହୋଇ SDPO ଆଠଗଡ ଏବଂ SP କଟକ ଙ୍କୁ ଦେଖା କରି ଅଭିଯୋଗ କରିବା ରେ SP ଅଭିଯୋଗ ଦେଖି ବଡମ୍ବା ଥାନା ଅଧିକାରୀ ଙ୍କ ପାଖକୁ ପଠାଇବା ପରେ ମଧ୍ୟ ନ୍ୟାୟ ମିଳିଲା ନାହିଁ ! ଥାନା ର କର୍ମଚାରୀ ଓ SI ମଲ୍ଲିକ ବାବୁ ଗାଳି ଗୁଲଜ କରୁଛନ୍ତି କହୁଛନ୍ତି , ତୁ କେତେ କେସ କରିବୁ କର ଏହା ପରେ ବାଧ୍ୟ ହୋଇ ରାଜ୍ୟପାଳ ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ, 5T ସଚିବ, ମାନବାଧିକାର କମିଶନ ଭୁବନେଶ୍ୱର, ମୂଖ୍ୟ ଶାସନ ସଚିବ ଭୁବନେଶ୍ୱର, DG କଟକ, ଜିଲ୍ଲାପାଳ କଟକ, IG କଟକ, SP କଟକ, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ କଟକ, ଉପ ଜିଲ୍ଲାପାଳ ଆଠଗଡ, SDPO ଆଠଗଡ, ଗୋଷ୍ଠି ସ୍ୱାସ୍ଥ୍ୟ ଅଧିକାରି ବଡ଼ମ୍ବା, ବଡ଼ମ୍ବା ତହସିଲଦାର ବଡ଼ମ୍ବା ଥାନା ଅଧିକାରୀ ଓ ସମସ୍ତ ଗଣମାଧ୍ୟମ କୁ ଅଭିଯୋଗ କରିଛନ୍ତି ! ୩୦ ତାରିଖରେ ଅଭିଯୋଗ ର ୭ ଦିନ ଭିତରେ ଉଚିତ ନ୍ୟାୟ ଓ ପଡ଼ୋଶୀ ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ , ବଡ଼ମ୍ବା ଥାନା ର ମୁଖ୍ୟ ଫାଟକ ସମ୍ମୁଖ ରେ ୮ ଦିନ ରେ ଅର୍ଥାତ୍ ୬ ତାରିଖ ରେ ଆମରଣ ଅନଶନ ଓ ଆତ୍ମାହୁତି କରିବା ପାଇଁ ଲିଖିତ ଭାବରେ ଜଣାଇଛନ୍ତି ! ଏହା ପୁର୍ବରୁ ଉକ୍ତ ପଡୋଶୀ ୨/୩/୨୦୨୧ ରେ ମାଡ଼ ମାରି ରକ୍ତାକ୍ତ କରିବା ଅଭିଯୋଗ ୪୧/୨୧ ମାମଲା ରୁଜୁ ହୋଇଛି ପୁଣି ଥରେ ୮/୯/୨୦୨୨ ରେ ନାବାଳିକା ଝିଅ କୁ ଅସଦାଚରଣ କରିବା ନେଇ ବଡ଼ମ୍ବା ଥାନା କେଶ ନମ୍ବର ୨୫୧/୨୨ ରେ ଗିରଫ ହୋଇ ଜେଲ୍ ରେ ୧ ମାସ ରହି ବେଲ୍ ରେ ଆସି ଅଭଳି ଘଟଣା ଘଟାଉଥିବା ଶ୍ରୀମତୀ ସାହୁ ଅଭିଯୋଗ କରିଛନ୍ତି ! ଘର ଭାଙ୍ଗି ଯାଇଥିବାରୁ ମଲିକା ସାହୁ ଙ୍କ ପରିବାର ଗ୍ରାମ୍ୟ ମନ୍ଦିର ରେ ଆଶ୍ରୟ ନେଇଛନ୍ତି ଏବଂ ଯଦି ମଲିକା ସାହୁ ଙ୍କ ପରିବାର ର କାହାର କିଛି କ୍ଷତି ହୁଏ ଏଥି ପାଇଁ ବଡ଼ମ୍ବା ଥାନା ଅଧିକାରୀ ଦାୟୀ ବୋଲି ଲିଖିତ ଅଭିଯୋଗ କରିଛନ୍ତି !

Exit mobile version