Site icon Awaj Media

ମହିଳା ଙ୍କୁ ଅନଶନରୁ ଉଠାଇଲା ପୋଲିସ : ଆସନ୍ତା 10 ତାରିଖରେ ସମାଧାନ ପାଇଁ ମିଳିଲା ପ୍ରତିଶୃତି !!!

Spread the love

ବଡମ୍ବା ( ଆୱାଜ ମିଡ଼ିଆ ) – ପ୍ରତାପ ନାୟକ : ମହିଳା ଙ୍କୁ ଅନଶନରୁ ଉଠାଇଲା ପୋଲିସ । ଆସନ୍ତା 10ତାରିଖରେ ସମାଧାନ ପାଇଁ ମିଳିଲା ପ୍ରତିଶୃତି ! ବଡମ୍ବା ବ୍ଲକ ଅନ୍ତର୍ଗତ ଗୋପପୁର ପଂଚାୟତ ପଙ୍କାଳ ଗ୍ରାମର ମଲିକା ସାହୁ ଗତ ମାସ 18 ତାରିଖ ରେ କରିଥିବା ଅଭିଯୋଗ କୁ ବଡମ୍ବା ପୋଲିସ ନବୁଝିବାରୁ , ପ୍ରତିବାଦରେ ସମସ୍ତ ଉଚ୍ଚ ଅଧିକାରୀଙ୍କୁ ସୂଚନା ଦେଇ ବଡମ୍ବା ଥାନାର ମୁଖ୍ୟ ଫାଟକ ସମୁଖରେ ଆମରଣ ଅନଶନ ଏବଂ ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଥିଲେ । ଆଜି ବଡମ୍ବା ଥାନା ମୁଖ୍ୟ ଫାଟକ ସମୁଖରେ ସକାଳ 9ଘଟିକା ସମୟରେ ମଲିକା ସାହୁ , ସ୍ୱାମୀ ବୈକୁଣ୍ଠ ସାହୁ ଏବଂ ତାଙ୍କ ପୁଅ ଆମରଣ ଅନଶନ ରେ ବସିଥିଲେ । ଏହି ସମୟରେ ବଡମ୍ବା ଥାନା ଅଧିକାରୀ ଶିବପ୍ରସାଦ ଭଦ୍ରା ଓ ଅନ୍ୟ କର୍ମଚାରୀ ମିଶି ବୁଝାସୁଝା କରିବା ସହ ଥାନା ଭିତରକୁ ଡାକି ଆଣିଥିଲେ। ଥାନା ଭିତରେ ଅଧିକାରୀ ଶ୍ରୀ ଭଦ୍ରା, ତହସିଲଦାର ଗୋପବନ୍ଧୁ ମହାନ୍ତି, ଆଇନଜୀବୀ ଗୁଲୁ ପଟ୍ଟନାୟକ ଙ୍କ ଉପସ୍ଥିତ ରେ ବୁଝାସୁଝା କରି ଆସନ୍ତା 10 ତାରିଖରେ ଘରବାରୀ ଜାଗା ମାପଚୁପ କରି ଉଭୟ ଜାଗାର ସୀମା ନିର୍ଧାରଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଥାନା ଅଧିକାରୀ ଶ୍ରୀ ଭଦ୍ରା ପୂର୍ବ ଅଭିଯୋଗ କୁ ଆଜି ମାମଲା ରୁଜୁ କରି ନକଲ କପି ପ୍ରଦାନ କରିଛନ୍ତି । କ୍ଷତି ପୂରଣ ଦେବା ଲାଗି ତହସିଲଦାର ପ୍ରତିଶୃତି ଦେଇଛନ୍ତି । ଏହା ପରେ ଶ୍ରୀ ଭଦ୍ରା ଅନଶନକାରି ଙ୍କୁ ଥାନା ଗାଡ଼ିରେ ତାଙ୍କ ଗ୍ରାମ କୁ ନେଇ ଘରେ ଛାଡିଛନ୍ତି ।

Exit mobile version