Site icon Awaj Media

ଦର୍ପଣ ତହସିଲ ପକ୍ଷରୁ ଛତିଆରେ ଜବରଦଖଲ ଉଚ୍ଛେଦ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଦର୍ପଣ ତହସିଲ ପକ୍ଷରୁ ଛତିଆରେ ଜବରଦଖଲ ଉଚ୍ଛେଦ କଲେ ତହସିଲଦାର ! ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧିନସ୍ଥ ଛତିଆ ଆର ଆଇ ସର୍କଲ ଅଧୀନରେ ଥିବା ବାବୁଗଞ ମୌଜାରେ ଖାତା ନଂ ୨୩ ରେ ୨୨, ୨୩, ୨୪ ନମ୍ବର ପ୍ଳଟ ରହିଚି lଏହି ୨୩ ନଂ ଖାତା ଟି ସରକାରୀ ରକ୍ଷୀତ ଖାତା ଅଟେ , ତେବେ ଏଠାରେ ଏକାଧିକ ଘର ନିର୍ମାଣ କରାଯାଇଛି ଓ ଏହି ଜବରଦଖଲକାରୀ ମାନେ ବିଭିନ୍ନ ବ୍ଯବସାୟୀକ ପ୍ରତିଷ୍ଠାନ କରି ବ୍ୟବସାୟ କରି ଆସୁଛନ୍ତି ! ୨୩ ନଂ ଖାତା ୨୨ ନଂ ପ୍ଳଟ ଉପରେ କିଛି ଲୋକ ବ୍ୟବସାୟ କରି ଗୁଜୁରାଣ ମେଣ୍ଟାଇ ଆସୁଥିଲେ ! କିନ୍ତୁ ଚଳିତ ବର୍ଷ ମେ ମାସ ୨୫ ତାରିଖ ରେ ଦର୍ପଣ ତହସିଲ ପକ୍ଷରୁ ଦୁଇଟି ଦୋକାନ କୁ ଅଦାଲତ ନିର୍ଦ୍ଦେଶରେ ଭଙ୍ଗା ଯାଇଥିଲା ! ମାତ୍ର ସେହି ଭଙ୍ଗା ବସ୍ତୁ ସେହିଠାରେ ପଡି ରହିଥିଲା ! ଆଜି ଯାଜପୁର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଦର୍ପଣ ତହସିଲଦାର ମାନସ ରଞ୍ଜନ ତ୍ରିପାଠୀ ଓ ବୈରୀ ଥାନା ସବ୍ ଇନ୍ସପେକ୍ଟର ଜହର ଆବେଦିନ ପୋଲିସ ଫୋର୍ସ ସହିତ ଉପସ୍ଥିତ ରହି ଜେସିବି ମେସିନ୍ ଓ ଟ୍ରାକ୍ଟର ଲଗାଇ ଭାଙ୍ଗି ଉକ୍ତ ସ୍ଥାନ ରୁ ଅବରୋଧ ହଟାଇଛନ୍ତି ।

Exit mobile version