Site icon Awaj Media

ବାଣପୁର ଟୁକୁନା ଜୁଏଲର୍ସ ରେ ଜି ଏସ ଟି ଚଢ଼ାଉ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ମୁଖ୍ୟ ରାସ୍ତାରେ ଥିବା ସୁନା ଦୋକାନ ଟୁକୁନା ଜୁଏଲର୍ସ ରେ ଜି ଏସ ଟି ର ସ୍ପେସିଆଲ ସ୍କ୍ୱାଡ଼ ଚଢ଼ାଉ କରିଥିଲା ! ଟୁକୁନା ଜୁଏଲର୍ସ ମାଲିକ ଙ୍କ ତଳ ସାହି ସ୍ଥିତ ଘର ଉପରେ ମଧ୍ୟ ଚଢ଼ାଉ ହୋଇଥିଲା ! ଏକ ୭ ଜଣିଆ ଟିମ ପୋଲିସ ଉପସ୍ଥିତି ରେ ଚଢ଼ାଉ କରି ଦୋକାନଟିକୁ ସିଜ୍ କରିଦେଇଛି ! ସେହିପରି ବାଲୁଗାଁ ରେ ମଧ୍ୟ ଜୈନିକ ସୁନା ବେପାରୀ ଙ୍କ ପ୍ରତିଷ୍ଠାନ ରେ ମଧ୍ୟ ଜି ଏସ ଟି ଚଢ଼ାଉ ହୋଇଥିଲା ! ବାଣପୁର ଓ ବାଲୁଗାଁ ର ସୁନା ଦୋକାନୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ଏବଂ ଚଢ଼ାଉ ଭୟରେ ଅଂଚଳ ର ସମସ୍ତ ଛୋଟ ଓ ବଡ ସୁନା ଦୋକାନ ମାନ ବନ୍ଦ ରହିଥିବା ବେଳେ ଦୀପାବଳି ଧନତେରସ ପର୍ବ ରେ ପରିବାର ର ଧନବୃଦ୍ଧି ଆଶା ରେ ସୁନା ରୁପା କିଣିବା ପାଇଁ ଆସୁଥିବା ଗରାଖ ସୁନା ଦୋକାନ ମାନ ବନ୍ଦ ଥିବାରୁ ନିରାଶ ରେ ଫେରିଯାଉଛନ୍ତି ! ଏଠାରେ ପ୍ରକାଶ ଯୋଗ୍ୟ ଯେ ବାଣପୁର ଅଂଚଳ ରେ ପ୍ରାୟ ୫୦ ରୁ ଊର୍ଧ୍ଵ ଛୋଟ ବଡ ସୁନା ଦୋକାନ ମାନ ରହିଥିବା ବେଳେ ମାସକୁ ପ୍ରାୟ ୧୫ କୋଟି ରୁ ଉର୍ଧ୍ଵ ଟଙ୍କା ର ସ୍ଵର୍ଣ ଅଳଙ୍କାର ବ୍ୟବସାୟ ହୋଇଥାଏ ! କିନ୍ତୁ ସ୍ଵର୍ଣ ଅଳଙ୍କାର ବ୍ୟବସାୟୀ ମାନେ ଦୁଇ ନମ୍ବର ଭାବେ ଟିକସ ଫାଙ୍କି ସୁନା ମହଜୁଦ ରଖୁଥିବା ବେଳେ ଅଧିକାଂଶ ଗ୍ରାହକ ଙ୍କୁ ଜି ଏସ ଟି ବିଲ ନଦେବା ଯୋଗୁଁ ସରକାରଙ୍କ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ଟିକସ ଫାଙ୍କି ହେଉଥିବାରୁ ରାଜସ୍ବ ହାନି ହେଉଥିବାର ବିଶେଷ ସୂତ୍ର ରୁ ଖବର ପାଇ ଏହି ଚଢ଼ାଉ ହୋଇଥିଲା !

Exit mobile version