Site icon Awaj Media

ପୁଅର କଟୁରୀ ଚୋଟ ରେ ବୃଦ୍ଧା ମାଆ ର ଗଲା ଜୀବନ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଧୀନସ୍ଥ ମଙ୍ଗଳପୁର ଗ୍ରାମର ବୃଦ୍ଧା ମହିଳାଙ୍କୁ ତାଙ୍କ ପୁଅ ହତ୍ୟା କରିଥିବାର ଥାନାରେ ହୋଇଛି ଅଭିଯୋଗ ! ଘଟଣା ରୁ ପ୍ରକାଶ ଯେ ଗ୍ରାମର ୭୦ ବର୍ଷୀୟ ବୃଦ୍ଧା ସତ୍ୟଭାମା ବେହେରା ତାଙ୍କର ତିନି ପୁଅଙ୍କ ମଧ୍ୟରୁ ମଝିଆ ପୁଅ ବନମାଳୀ ବେହେରା ସହିତ ମଙ୍ଗଳପୁର ଗ୍ରାମରେ ରହୁଥିଲେ । ମଙ୍ଗଳବାର ରାତ୍ରିରେ ବୃଦ୍ଧା ଙ୍କ ଝିଅ ପ୍ରମିଳା ବେହେରା ଥାନାରେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇ ନିଜ ମା କୁ ବିଭତ୍ସ ଭାବରେ କଟୁରୀ ରେ ହାଣି ହତ୍ୟା କରିଛି । ଅଭିଯୋଗ ପାଇ ବାଣପୁର ଥାନା ଅଧିକାରୀ ରମେଶ ଚନ୍ଦ୍ର ଦେବତା ଘଟଣା ସ୍ଥଳ କୁ ଯାଇ ସତ୍ୟଭାମାଙ୍କ ମୃତ ଶରୀର ଜବତ କରିବା ସହ ଅଭିଯୁକ୍ତ ପୁଅ ବନମାଳିଙ୍କୁ ଗିରଫ କରି ହତ୍ୟା ମାମଲା ରୁଜୁ କରି ବୁଧବାର ଦିନ କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଏଠାରେ ପ୍ରକାଶ ଥାଉକି ଅଭିଯୁକ୍ତ ବନମାଳୀ ମାନସିକ ବିକାର ଗ୍ରସ୍ତ ଥିବା ଗ୍ରାମବାସୀ ଙ୍କ ସୂତ୍ର ରୁ ପ୍ରକାଶ ।।

Exit mobile version