ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ମୁଖ୍ୟ ରାଜପଥ କଡରେ ଥିବା ଢାବାରେ ଚୋରା ବିଦେଶୀ ମଦ ପ୍ରସ୍ତୁତି ଘଟଣାରେ ଜଣେ ଗିରଫ ! କଟକ ଅବକାରୀ ବିଭାଗ କତୃପକ୍ଷଙ୍କ ପକ୍ଷରୁ ସୁକିନ୍ଦା ମୁଖ୍ୟ ରାଜପଥ କଡରେ ଥିବା ଏକ ଢାବାରେ ଅତର୍କିତ ଚଢ଼ାଉ କରାଯାଇ ଚୋରା ବିଦେଶୀ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯିବା ସହିତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ସୂଚନା ମୁତାବକ ସୁକିନ୍ଦା ମୁଖ୍ୟ ରାଜପଥ କଡରେ ଥିବା ଏକ ଢାବାରେ ଚୋରା ବିଦେଶୀ ମଦ ପ୍ରସ୍ତୁତି ହେଉଥିବା କଟକ ଅବକାରୀ ବିଭାଗ କତୃପକ୍ଷ ବିଶେଷ ସୂତ୍ରରୁ ସୂଚନା ପାଇଥିଲେ । କଟକ ଅବକାରୀ ବିଭାଗ କତୃପକ୍ଷ ଢାବାରେ ଅତର୍କିତ ଚଢ଼ାଉ କରି ବିପୁଳ ଚୋରା ବିଦେଶୀ ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରିବା ସହ ଏହି ଚୋରା ବିଦେଶୀ ମଦ ପ୍ରସ୍ତୁତିରେ ସମ୍ପୃକ୍ତ ବ୍ୟକ୍ତି କେନ୍ଦ୍ରାପଡ଼ା ତରାପୁର ଗ୍ରାମର ଅଜୟ ସେନାକୁ ଗିରଫ କରି ବିଚାର ବିଭାଗୀୟ ଅଦାଲତକୁ ପଠେଇ ଦେଇଥିବା ଦେଖିବାକୁ ମିଳିଛି ।
ଢାବାରେ ଚୋରା ବିଦେଶୀ ମଦ ପ୍ରସ୍ତୁତି ଘଟଣାରେ ଜଣେ ଗିରଫ !!!

