Site icon Awaj Media

ଗଞ୍ଜେଇ ବେପାରୀ ଗିରଫ : କାର ଜବତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଟାଉନ ଥାନା ପୁଲିସ ଜଣେ ଗଞ୍ଜେଇ ବେପାରୀକୁ ଗିରଫ କରିଛି । ଗିରଫ ବ୍ୟକ୍ତି ହେଲେ ପ୍ରଣବ କୁମାର ଚିନରା , ସେ ସୁନାଖଳା ର ଶରତ କୁମାର ଚିନରା ଙ୍କ ପୁଅ ବୋଲି ଜଣାପଡ଼ିଛି । ଏହା ପୁର୍ବରୁ ୨୦୨୧ ମସିହାରେ ଗିରଫ ପ୍ରଣବ ନାଁ ରେ ଏକ ବ୍ରାଉନସୁଗାର କେସ ରଣପୁର ଥାନାରେ ରହିଛି । ମିଳିଥିବା ସୁଚନାନୁସାରେ ନୟାଗଡ଼ ଟାଉନ ଥାନା ପୁଲିସ କୌଣସି ସୁତ୍ରରୁ ଖବର ପାଇ ଘଡୁଆଳ ଛକଠାରେ ଏକ କାରକୁ ଅଟକାଇ ଚେକିଙ୍ଗ୍ କରିବା ବେଳେ ଉକ୍ତ ଗାଡ଼ିରୁ ୧୫ କେଜି ଗଞ୍ଜେଇ ମିଳିଥିଲା । ଏଥିରେ ଥିବା ଆସାମୀକୁ ଗିରଫ କରିବା ସହିତ ଓଡି୦୨-ଏଏଫ-୫୯୯୫ କାରକୁ ପୁଲିସ ଜବତ କରିଛି । ନୟାଗଡ଼ ଟାଉନ ଥାନା କେସ୍ ନଂ ୩୧୩/୨୩ ରେ ଏକ ମାମଲା ରୁଜ କରାଯାଇ ଆସାମି ପ୍ରଣବ ଚିନରା କୁ କୋର୍ଟ ଫରୱାର୍ଡ କରାଯାଇଛି ।

Exit mobile version