Site icon Awaj Media

ବାଣପୁର ଲହଙ୍ଗାଡିହ ଗ୍ରାମରେ ଡକାୟତି : ଘରେ ପଶି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ଥାନା ଅନ୍ତର୍ଗତ ଲହଙ୍ଗାଡିହ ଗ୍ରାମରେ ଏକ ବଡ଼ ଧରଣ ଚୋରି ଘଟଣା ଘଟିଥିବା ବାଣପୁର ଥାନାରେ ହୋଇଛି ଅଭିଯୋଗ । ଘଟଣା ରୁ ପ୍ରକାଶ ଯେ ଶୁକ୍ରବାର ବିଳମ୍ବିତ ରାତ୍ରି ରେ ଲହଙ୍ଗାଡିହ ଗ୍ରାମର ବଳଭଦ୍ର ସାହୁଙ୍କ ଘରୁ ଦୁର୍ବୁତ୍ତ ମାନେ ପଶି , ୧୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଦୁଇ ଲକ୍ଷ ନଗଦ ଟଙ୍କା ଲୁଟି ନେଇଛନ୍ତି । ଅଭିଯୋଗ ମୁତାବକ ବଳଭଦ୍ର ତାଙ୍କ ପୁଅ ବାହାଘର ପାଇଁ ୧୦ ଲକ୍ଷ ଟଙ୍କାର ସ୍ଵର୍ଣ୍ଣ ଅଳଙ୍କାର ଓ ଦୁଇ ଲକ୍ଷ ର ନଗଦ ଟଙ୍କା ଘରେ ଏକ ଛୋଟ ବାକ୍ସରେ ସାଇତି ରଖିଥିଲେ । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଚୋର ମାନେ ତାଙ୍କ ଘରର ବାରି ପଟ କବାଟ ଭାଙ୍ଗି ଘର ଭିତରକୁ ପ୍ରବେଶ କରି ଉକ୍ତ ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଛନ୍ତି । ଅଭିଯୋଗ ପାଇ ବାଣପୁର ଥାନାଧିକାରୀ ରମେଶ ଚନ୍ଦ୍ର ଦେବତା ସାଇଣ୍ଟିଫିକ ଟିମ ସହ ପହଞ୍ଚି ସନ୍ଧାନୀ କୁକୁର ଦ୍ୱାରା ଶନିବାର ସନ୍ଧ୍ୟା ପର୍ଯ୍ୟନ୍ତ ତଦନ୍ତ ଜାରି ରଖିଥିଲା ବେଳେ ସନ୍ଧାନୀ କୁକୁର କେବଳ ଉକ୍ତ ଘର ମଧ୍ୟରେ ବୁଲୁ ଥିବାରୁ ଏବଂ ଚୋରି ହୋଇଥିବା ଟଙ୍କା ଓ ସୁନା ଅଳଙ୍କାର ଏକ ଫୁଟ ବ୍ୟସାର୍ଦ୍ଧ ର ବାକ୍ସ ରେ ରହିଥିବା ଚୋର ମାନେ କି ଭଳି ଜାଣିଲେ ଏବଂ ପରିବାର ର ପାଞ୍ଚ ଜଣ ଶୋଇଥିଲେ ମଧ୍ୟ ଚୋରି ସମ୍ପର୍କ ରେ କି ଭଳି ଜାଣି ପାରିଲେନି ସେ ନେଇ ସାଧାରଣ ରେ ସନ୍ଦେହ ସୃଷ୍ଟି ହେବା ସହିତ ଉକ୍ତ ପ୍ରସଙ୍ଗ କୁ ନେଇ ବାଣପୁର ପୋଲିସ ତଦନ୍ତ ଜାରି ରଖିଛି ।।

Exit mobile version