Site icon Awaj Media

ନୟାଗଡ଼ ଟାଉନଥାନା ପୁଲିସ କବଜାରେ ସାଇକେଲ୍ ଚୋର ଗ୍ୟାଙ୍ଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଟାଉନଥାନା ପୁଲିସ ଏକ ସାଇକେଲ୍ ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପୁଲିସ ୨୫ଟି ଚୋରା ସାଇକେଲ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତ ନୂଆ କଣ୍ଟାବଣିଆ ଗ୍ରାମର ଶରତ ପ୍ରଧାନଙ୍କ ପୁଅ ଅଲେଖ ପ୍ରଧାନ ମୁଖ୍ୟ ଅଭିଯୁକ୍ତ ବୋଲି ପୁଲିସଠାରୁ ସୂଚନା ମିଳିଛି । ଅନ୍ୟ ଅଭିଯୁକ୍ତମାନେ ହେଲେ ସଦରଥାନା ଅନ୍ତର୍ଗତ କ୍ରିଦାଶପୁର ପଞ୍ଚାୟତ ଡିମିରିପାଟଣା ଗ୍ରାମର ବାଙ୍କନିଧି ସାହୁଙ୍କ ପୁଅ କୁମର ରଞ୍ଜନ ସାହୁ, ଏକାଦଶୀ ନାୟକଙ୍କ ପୁଅ ପ୍ରଶାନ୍ତ କୁମାର ନାୟକ ଓରଫ ଅଖୁ, ବାଲୁଗାଁ ପଞ୍ଚାୟତ ନୂଆ କଣ୍ଟାବଣିଆ ଗ୍ରାମର କାଳିଆ ସ୍ବାଇଁଙ୍କ ପୁଅ ହରେଶ ସ୍ବାଇଁ ଓରଫ ମନୁଆ ବୋଲି ସୂଚନା ମିଳିଛି । ଗତ ୧୧ ତାରିଖ ନୟାଗଡ଼ ସହର ଗ୍ୟାଲେସ୍କି ଚପଲ ସୋରୁମ ଠାରୁ ମାଲିକ ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଏକ ସାଇକେଲ ଚୋରୀ ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା । ଟାଉନଥାନା ଏସଆଇ ଧର୍ମେନ୍ଦ୍ର ଶିଆଳ ଘଟଣାର ତଦନ୍ତ ଦାୟିତ୍ୱ ନେଇଥିଲେ । ସିସିଟିଭି ଫୁଟେଜ୍‌ ଆଧାରରେ କୁମର ସାଇକେଲ ଚୋରୀ କରିଥିବା ସ୍ପଷ୍ଟ ହୋଇଥିଲା । କୁମରକୁ ପୁଲିସ ପ୍ରଥମେ ହେପାଜତକୁ ନେବା ପରେ ସେ ସବୁ ସତ ମାନିଥିଲା ।ମୁଖ୍ୟ ଅଭିଯୁକ୍ତ ଅଲେଖ ପ୍ରଧାନ କଥାରେ ପରିଚାଳିତ ହୋଇ ଏବଂ ତାହାଠାରୁ ନିଶାଦ୍ରବ୍ୟ ସେବନ କରି ସେମାନେ ଦୀର୍ଘଦିନ ଧରି ଏହି ରାକେଟ ଚଳାଇ ଆସୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା । ସାଇକେଲ ଚୋରୀ କରି ଏହାକୁ କ୍ରିଦାଶପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବିକ୍ରି କରାଯାଇଥିଲା ! ଅଭିଯୁକ୍ତ ଙ୍କଠାରୁ ସୂଚନା ପାଇଁ ପୁଲିସ ୨୫ଟି ସାଇକେଲ ଜବତ କରିଛି । ଏନେଇ ନୟାଗଡ଼ ଟାଉନଥାନା ପୁଲିସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

 

 

Exit mobile version