Site icon Awaj Media

ବାଲୁଗାଁ ଅବକାରୀ ବିଭାଗ ର ଚଢାଉ : ଆସ୍କା – ୪୦ ସମେତ ଦେଶୀ ମଦ ଜବତ , ତିନି ଗିରଫ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଅବକାରୀ ବିଭାଗ ବାଲୁଗାଁ ଅଞ୍ଚଳର ତିନୋଟି ସ୍ଥାନରେ ଚଢାଉ କରି ତିନି ଜଣ ଚୋରା ମଦ ବ୍ୟବସାୟୀ ଙ୍କୁ ଗିରଫ କରିବା ସହ ୧୬ ଲିଟର ଆସ୍କା – ୪୦ , ୩୫ ଲିଟର ଦେଶୀ ମଦ ଜବତ କରିଛି । ବାଲୁଗାଁ ବାଣପୁର ୧୬ ନମ୍ବର ଜାତୀୟ ରାଜପଥ ର ତାରିଣୀ ଢ଼ାବା ନିକଟରେ ଚଢାଉ କରି ବାଲୁଗାଁ ଅଞ୍ଚଳର କୃଷ୍ଣ ବାରିକ(୪୬) ଙ୍କ ନିକଟରୁ ୮ ଲିଟର ଆସ୍କା – ୪୦, ବଡକୁଳ ଅଞ୍ଚଳର ରାମଚନ୍ଦ୍ର ସାହୁ(୪୪) ଙ୍କ ନିକଟରୁ ୩୫ ଲିଟର ଦେଶୀ ମଦ ଓ ସଞ୍ଜୁ ସାହୁ (୪୫) ଙ୍କ ନିକଟରୁ ୮ ଲିଟର ଆସ୍କା – ୪୦ ଜବତ କରିବା ସହ ସମସ୍ତଙ୍କୁ ଗିରଫ କରି ବାଲୁଗାଁ ଅବକାରୀ ଥାନା ରେ ପିଆର କେସ ନଂ ୧୭୦/୧୭୧/୧୭୨/ ୨୩-୨୪ ରେ ତିନିଗୋଟି ମାମଲା ରୁଜୁ କରି ସମସ୍ତ ଙ୍କୁ କୋର୍ଟ ଚାଲାଣ କରା ଯାଇଥିବାର ଅବକାରୀ ଅଧିକାରୀ ମନୋଜ ବାରିକ ସୂଚନା ଦେଇଛନ୍ତି ।

Exit mobile version