Site icon Awaj Media

କୁମ୍ବିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ ବିସ୍ଫୋରଣ : ଦୁଇ ଏସଓଜି ଯବାନ ଗୁରୁତର !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କିଛି ଦିନର ନୀରବତା ପରେ ପୁଣି ପୁଲିସ- ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । କୁମ୍ବିଂ ଅପରେସନ ବେଳେ ଘଟିଛି ଅଘଟଣ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଗୁରୁତର ହୋଇଛନ୍ତି ଦୁଇ ଏସଓଜି ଯବାନ। ଏପରି ଏକ ଘଟଣା କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ସିର୍ଲା ନିକଟସ୍ଥ ଜଙ୍ଗଲରେ ଏସଓଜି ଯବାନ ମାନେ କୁମ୍ବିଂ ଅପରେସନ ଚଳାଇଥିବା ବେଳେ ମାଓବାଦୀମାନେ ପୁର୍ବରୁ ବିଛାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟିଥିଲା। ଫଳରେ ଜଣେ ଏସଓଜି ଜବାନ ଅମୀୟ ରଞ୍ଜନ ଦାସଙ୍କ ଆଖିରେ ଗୁରୁତର ଆଘାତ ଲାଗିଥିବା ବେଳେ ଅନ୍ୟ ଜଣେ ଜବାନ ପ୍ରଶାନ୍ତ କୁମାର ଜେନା ଆହତ ହୋଇଥିବା ଜଣାପଡ଼ିଛି। ଦୁଇ ଜବାନଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଗୁରୁତର ଜବାନଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲକୁ ଏବଂ ଆହତ ଯବାନଙ୍କୁ କନ୍ଧମାଳ ଜିଲ୍ଲା ଚିକିତ୍ସାଳୟ କୁ ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। କମ୍ବିଂ ଅପରେସନ ବେଳେ ସମ୍ପୃକ୍ତ ସ୍ଥାନରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରୀ ରହିଥିଲା । କୌଣସି ମାଓବାଦୀ ମୃତାହତ ହୋଇଥିବା ନେଇ ଖବର ମିଳିନାହିଁ । ସେପଟେ ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ତରଫରୁ ଅପରେସନକୁ ଜୋରଦାର କରାଯାଇଛି l ପ୍ରକାଶ ଯେ, ଏକ ସପ୍ତାହ ପୂର୍ବେ ବୌଦ୍ଧ-କନ୍ଧମାଳ ସୀମାନ୍ତ ରେ ମାଓବାଦୀ ଯବାନ ମୁହାଁମୁହିଁ ହୋଇଥିଲେ । ଏହା ପରେ ପୁଲିସ ଡିଜି କନ୍ଧମାଳ ଆସି ମାଓ ସମୀକ୍ଷା କରିବା ସହ ମାଓ ବାଦୀଙ୍କୁ ମୁଖ୍ୟ ସ୍ରୋତକୁ ଆସିବା ପାଇଁ ଅପିଲ କରିଥିଲେ । ଏହା ପରେ ପରେ ଦୁଇ ମାଓବାଦୀ ଆତ୍ମ ସମର୍ପଣ ମଧ୍ୟ କରିଥିଲେ l ମାଓ ମୁକାବିଲା ପାଇଁ ଜିଲ୍ଲାରେ ମୃତୟନ ସିଆରପିଏଫ ,ବିଏସଏଫ କେନ୍ଦ୍ରୀୟ ବଳ ସହ ମଧ୍ୟ ଆଲୋଚନା କରିଥିଲେ ।

Exit mobile version