Site icon Awaj Media

ବେଆଇନ ଭାବେ ଇଟା ବ୍ୟବସାୟୀଙ୍କ ବିଦ୍ୟୁତ କାଟିବା ନେଇ ପ୍ରତିବାଦ !!!

Spread the love

କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ବେଆଇନ ଭାବେ ଇଟା ବ୍ୟବସାୟୀଙ୍କ ବିଦ୍ୟୁତ କାଟିବା ନେଇ ପ୍ରତିବାଦ । ବିଦ୍ୟୁତ ବିତରଣ କାର୍ଯ୍ୟାଳୟ ଭିତରେ ସିମେଣ୍ଟ ବସ୍ତା ରଖି ପ୍ରତିବାଦ କଲେ ଉପଭୋକ୍ତା ! ଘଟଣା ଟି ହେଉଛି କେନ୍ଦ୍ରାପଡା ଜିଲ୍ଲା ବିଦ୍ୟୁତ କାର୍ଯ୍ୟାଳୟରେ ! ସୂଚନା ମୁତାବକ ପ୍ରଭୁଦତ ପଣ୍ଡା ନାମକ ବ୍ୟକ୍ତି ରାତାଦିଆ ଆଞ୍ଚଳର ଜଣେ ବ୍ୟକ୍ତିଙ୍କ ଇଟା ଭାଟିକୁ ଲିଜ ସୂତ୍ରରେ ଆଣିଥିଲେ । ପୂର୍ବ ମାଲିକର ବାକି ଥିବା ଅର୍ଥରୁ 65 ହଜାର ଟଙ୍କା ଦାଖଲ କରି ବ୍ୟବସାୟ ଆରମ୍ଭ କରିଥିଲେ ! ହେଲେ ହଠାତ ଦିନେ ବାକି ଅର୍ଥ ପରିଶୋଧ କରିବା ପାଇଁ ନୋଟିସ ଦେଇ ପରଦିନ ସକାଳୁ ଉପଭୋକ୍ତା ଙ୍କୁ ନଜଣାଇ ବିଦ୍ୟୁତ କାଟି ଦେଇଥିଲେ ! ବ୍ୟବସାୟୀ ଜଣଙ୍କ ଖବର ପାଇ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ବିଭିନ୍ନ ଆଳ ଦେଖାଇଥିଲେ ଏବଂ ବିଦ୍ୟୁତ ସଂଯୋଗ କରି ଦିଆଯିବ ହେଲେ ରାତିକୁ ରଙ୍ଗୀନ କରିବା ପାଇଁ ଝିଅ ଗୋଟେ ବ୍ୟବସ୍ଥା କର ବୋଲି କହିଥିଲେ ।ଏମିତି ଅଭିଯୋଗ ଆଣିଛନ୍ତି ଇଟା ବ୍ୟବସାୟୀ ପ୍ରଭୁଦତ୍ତ ପଣ୍ଡା । କେବଳ ଏଠି ଖାଲି ଇଟା ବ୍ୟବସାୟୀ ନୁଁହନ୍ତି ବରଂ ବିଭିନ୍ନ ଗ୍ରାମରୁ ବିଭିନ୍ନ ବର୍ଗର ଉପଭୋକ୍ତା ଆଜି ବିଦ୍ୟୁତ ବିତରଣ ଜର୍ଯ୍ୟାଳୟ ସମୁଖରେ ଅଧିକାରୀଙ୍କୁ ପ୍ରଶ୍ନ କରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି ! ଏପରି ବିଦ୍ୟୁତ ବିଭାଗର ଶୋଷଣରେ ଅଞ୍ଚଳବାସି ଅତିଷ୍ଠ ହୋଇପଡିଥିବା ମଧ୍ୟ ସ୍ପଷ୍ଟ ହୋଇଛି ! ଏନେଇ ଉକ୍ତ କାର୍ଯ୍ୟାଳୟର ଅଧିକାରୀଙ୍କୁ ପଚାରିବାରୁ ଅଧିକାରୀ ଜଣକ ଗଣମାଧ୍ୟମ ପ୍ରତିନିଧିଙ୍କୁ ବିଭିନ୍ନ ଆଳ ଦେଖାଇବା ସହ ଅଭିଯୋଗକାରୀଙ୍କ ସମସ୍ତ ଅଭିଯୋଗ କୁ ଖଣ୍ଡନ କରିଥିଲେ । ଅପରପଟେ ଘଟଣା ସ୍ଥଳରେ କେନ୍ଦ୍ରାପଡ଼ା ସଦର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଥିବା ଜଣା ପଡ଼ିଛି !

Exit mobile version