ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଛୁରା ମାଡରେ ଯୁବକ ଆହତ ! କଳିଙ୍ଗନଗର ମହୋତ୍ସବ ଚାଲିଥିବା ବେଳେ ଘଟିଲା ଅଘଟଣ ! ପୂର୍ବ ଶତ୍ରୁତା କୁ ନେଇ ମହୋତ୍ସବ ରେ ଯୁବକ ଙ୍କୁ ଛୁରା ମାଡ଼ । ଛୁରା ମାଡରେ ଦୁଇ ଆହତ ଯୁବକ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି । ସୂଚନା ମୁତାବକ ମଙ୍ଗଳପୁର ପଞ୍ଚାୟତ ଖରଡି ଗ୍ରାମର ଯୁବକଙ୍କୁ ପୂର୍ବ ଶତ୍ରୁତାକୁ ନେଇ ଯଖପୁରା ଗ୍ରାମର ୪ ଯୁବକ କଳିଙ୍ଗନଗର ମହୋତ୍ସବରେ ଛୁରା ମାଡ କରିଥିଲେ । ଛୁରା ମାଡ କରିଥିବା ୪ ଯୁବକ ଙ୍କୁ ପୋଲିସ ଗିରଫ କରି ଘଟଣା ସମ୍ପର୍କରେ ତଦନ୍ତ ଜାରି ରଖିଛି ।
କଳିଙ୍ଗନଗର ମହୋତ୍ସବ ଚାଲିଥିବା ବେଳେ ଘଟିଲା ଅଘଟଣ !!!

