Site icon Awaj Media

ସୁକିନ୍ଦା ନଦୀକୂଳ ଅଞ୍ଚଳରୁ ବିପୁଳ ଦେଶି ମଦ ଜବତ : ଜଣେ ଗିରଫ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ନଦୀକୂଳ ଅଞ୍ଚଳରୁ ବିପୁଳ ଦେଶି ମଦ ଜବତ କରାଯିବା ସହ ଏଥିରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ କନ୍ତିରା, ହରିପୁର ଆଦି ଗ୍ରାମ ନିକଟ ନଦୀ ପଠାରେ ଚୋରା ଦେଶି ମଦ ପ୍ରସ୍ତୁତ କରାଯାଇ ବିଭିନ୍ନ ଅଞ୍ଚଳକୁ ଚୋରା ଚାଲାଣ କରାଯାଉଥିବା ଖବର ପାଇ ଜିଲ୍ଲା ଅବକାରୀ ବିଭାଗ ଅଧିକ୍ଷକ ଅମରେଶ କୁମାର ଜେନା , ସୁକିନ୍ଦା ଅବକାରୀ ବିଭାଗ ଟିମ୍, ସୁକିନ୍ଦା ଓ କଳିଙ୍ଗନଗର ପୋଲିସର ମିଳିତ ସହଯୋଗରେ ସଂପୃକ୍ତ ଅଂଚଳରେ ଚଢାଉ କରିଥିଲେ । ଏହି ଚଢାଉରେ ୭ ଶହ ଲିଟରରୁ ଉର୍ଦ୍ଧ୍ବ ଦେଶି ମଦ, ୧୫ହଜାର ଲିଟର ପୋଚ ଜବତ କରି ନଷ୍ଟ କରିବା ସହିତ ଏହି ଚୋରା କାରବାରରେ ସମ୍ପୃକ୍ତ କନ୍ତିରା ଗ୍ରାମର ଯଦୁମଣି ବେହେରାଙ୍କ ପୁଅ ଦଶରଥ ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

Exit mobile version