Site icon Awaj Media

ବାପ ସାଜିଲା କଂସ ମାମୁଁ : ନିଜ ପୁଅକୁ କଚାଡି ମାରିଲା !!!

Spread the love

ବରଗଡ଼ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚେରଙ୍ଗାଝାଞ୍ଜ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା ! ନିଜ ପୁଅକୁ କଚାଡି ମାରିଛି ବାପା । ପ୍ରାପ୍ତ ସୂଚନା ଅନୁଯାୟୀ ଚେରଙ୍ଗାଝାଞ୍ଜ ଗ୍ରାମର ହେମନ୍ତ ଗତ ରାତିରେ ଅତ୍ୟଧିକ ମାତ୍ରାରେ ମଦ ପିଇ ଘରକୁ ଆସିଥିଲେ । କୌଣସି କାରଣ ବଶତଃ ଘରେ ପାଟିତୁଣ୍ଡ ହେବା ପରେ ଅତ୍ୟଧିକ ରାଗିଯାଇ ନିଜ ପାଞ୍ଚ ମାସର ପୁଅକୁ ତଳେ କଚାଡି ଦେଇଥିଲେ । ତାଙ୍କ ଘର ଲୋକ ସଙ୍ଗେ ସଙ୍ଗେ ପୁଅକୁ ପଦ୍ମପୁର ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ନେଉଥିବା ସମୟରେ ରାସ୍ତାରେ କଅଁଳ ଶିଶୁର ଜୀବନ ଚାଲିଯାଇଥିଲା । ବର୍ତ୍ତମାନ ସମୟରେ ହେମନ୍ତ କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପାଇକମାଳ ପୋଲିସ !

Exit mobile version