Site icon Awaj Media

ବିଳମ୍ବିତ ରାତ୍ରିରେ ସାମ୍ବାଦିକଙ୍କୁ ଆକ୍ରମଣ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଳମ୍ବିତ ରାତ୍ରିରେ ସାମ୍ବାଦିକଙ୍କୁ ଆକ୍ରମଣ ! କେତେ ସୁରକ୍ଷିତ ସାମ୍ବାଦିକ ମାନେ ! ରାଜଧାନୀରେ ପୁଣି ସାମ୍ବାଦିକକୁ ଆକ୍ରମଣ । ”ବଡ଼ ଖବର” ଚ୍ୟାନେଲରେ ଭୁବନେଶ୍ୱର ରେ କାର୍ଯ୍ୟରତ ଜ୍ୟୋତିରଞ୍ଜନ ମହାପାତ୍ରଙ୍କୁ 4 ଜଣ ଯୁବକ 2 ଟି ବାଇକରେ ଆସି ଖଣ୍ଡାରେ ଆକ୍ରମଣ କରି ଆହତ କରିଛନ୍ତି । ସୂଚନା ଅନୁଯାୟୀ ଅଫିସ ରୁ କାମ ସାରି ଜ୍ୟୋତିରଞ୍ଜନ ଘରକୁ ଫେରୁଥିବା ସମୟରେ ଡମ୍ପିଂ ୟାର୍ଡ଼ ପାଖ ନିଛାଟିଆ ରାସ୍ତାରେ କିଛି ଯୁବକ ତାଙ୍କୁ ଅଟକାଇଥିଲେ ! ହେଲେ ବାଇକ ର ଗତି ବଢ଼ାଇ ଜ୍ୟୋତିରଞ୍ଜନ ଆଗକୁ ଯିବାରୁ ସେମାନେ ପିଛା କରି ବୁଲାଣି ରାସ୍ତା ପାଖରେ ତାଙ୍କୁ ଅଟକାଇ ଦେଇ ଆକ୍ରମଣ କରିଥିଲେ ! ସାଙ୍ଗରେ ଥିବା ଜଣେ ସହଯୋଗୀ ପ୍ରତିରୋଧ କରନ୍ତେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା ! ତେବେ ସହି ସମୟରେ ଅନ୍ୟ କିଛି ବ୍ୟକ୍ତି ସେହି ରାସ୍ତା ଦେଇ ଆସିଯିବାରୁ ଦୁର୍ବୁତ୍ତ ମାନେ ସ୍ଥାନ ଛାଡି ଚାଲି ଯାଇଥିଲେ ! ଆକ୍ରମଣରେ ଜ୍ୟୋତି ଙ୍କ ମୁଣ୍ଡ ଏବଂ ହାତରେ ଆଘାତ ଲାଗିଛି ! ଲିଖିତ ଅଭିଯୋଗ ପାଇ ମଞ୍ଚେଶ୍ୱର ପୁଲିସ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ !

Exit mobile version