Site icon Awaj Media

ପରକ୍ରିୟା ପ୍ରୀତିର ସାଙ୍ଘାତିକ ପରିଣତି : ସ୍ୱାମୀକୁ ମାରିଲା ସ୍ତ୍ରୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲା ଓଡଗାଁ ଥାନା କୋମଣ୍ଡ ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି ! 14 ବର୍ଷର ସଂପର୍କକୁ ପଛରେ ପକାଇ ନିଜ ପ୍ରେମିକ ସହ ମିଶି ସ୍ୱାମୀକୁ ଜୀବନରେ ମାରି ଘର ଭିତରେ ପୋତି ଦେଇଛି ସ୍ତ୍ରୀ ! ଘଟଣାକୁ 10 ଦିନ ବିତିବା ପରେ ଆଜି ଓଡଗାଁ ପୋଲିସ ଗାଁରେ ପହଂଚି ସ୍ତ୍ରୀ ଓ ଶାଶୁକୁ ଉଠାଇ ଆଣିଥିବା ବେଳ ପ୍ରେମିକ ଫେରାର ହେବାକୁ ଚେଷ୍ଟା କରି ପୋଲିସ ଜାଲରେ ଧରାପଡ଼ିଛି ! ଖବର ଅନୁଯାୟୀ ଓଡଗାଁ ଥାନା ରୋହିବାଙ୍କ ଗ୍ରାମର ଗୋଲକ ଚନ୍ଦ୍ର ନାୟକ ପୁଅ ପ୍ରକାଶ ନାୟକ (37) ବର୍ଷ ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି, 14 ବର୍ଷ ପୂର୍ବେ ସେ କୋମଣ୍ଡ ଗ୍ରାମର ନାଟୁଆ ପ୍ରଧାନଙ୍କ ଝିଅ ଜ୍ୟୋତ୍ସ୍ନାରାଣୀ ନାୟକ (32)ବର୍ଷ ଙ୍କୁ ବୈଦିକ ରୀତି ରେ ବିବାହ କରିଥିଲେ ! ତାଙ୍କର 7 ବର୍ଷର ଗୋଟିଏ ଝିଅ ଓ 5 ବର୍ଷର ପୁଅ ଅଛନ୍ତି, କିଛିଦିନ ତଳେ କୌଣସି କାରଣକୁ ନେଇ ସ୍ୱାମୀକୁ ହଟାଇବାକୁ ସ୍ତ୍ରୀ ଓ ପ୍ରେମିକ ଯୋଜନା କରିଥିଲେ ! ଯୋଜନା ଅନୁଯାୟୀ ସ୍ୱାମୀ ପ୍ରକାଶକୁ ଜୀବନରେ ମାରି ଦେଇଥିଲେ, କେହି କିଛି ଜାଣିବା ପୂର୍ବରୁ ଘର ଭିତରେ ଗାତ ଖୋଳି ପୋତି ଦେଇଥିଲେ, ତା ଉପରେ ଶିଳ, ଘୋରଣା ଆଦି ମଡ଼ାଇ ରଖିଥିଲେ ! ପ୍ରକାଶ ପ୍ରତି 5 ଦିନରେ ହେଉ ଅବା 7 ଦିନ ବ୍ୟବଧାନରେ ନିଜ ଘରକୁ ଯାଇ ବାପା ମାଙ୍କ ହାଲଚାଲ ବୁଝି କରି ଆସନ୍ତି, କିନ୍ତୁ 10 ଦିନ ହେବ ପ୍ରକାଶ ଘରକୁ ନଯିବାରୁ ପ୍ରକାଶର ବାପା ଗୋଲକ ଏନେଇ ଓଡଗାଁ ଥାନାରେ ନିଖୋଜ ମାମଲା ଦାୟର କରିଥିଲେ, ମାତ୍ର ପୁଅର ଆଧାରକାର୍ଡ ନଥିବାରୁ ଆଣିବା ପାଇଁ ପୁଅର ଶଶୁର ଘରକୁ ଯାଇଥିଲେ, କିନ୍ତୁ ଘର ମଧ୍ୟରେ ମାଟି ଗଦା ଓ ଗାତ ଖୋଳା ହେବା ଦେଖି ତାଙ୍କ ମନରେ ସନ୍ଦେହ ପ୍ରକାଶ ପାଇଲା ! ପରେ ଗୋଲକ ଓଡଗାଁ ଥାନାରେ ପହଂଚି ଲିଖିତ ଅଭିଯୋଗ କରିବା ପରେ ପୋଲିସ କୋମଣ୍ଡ ଗ୍ରାମରେ ପହଂଚି ଖୋଳତାଡ ଆରମ୍ଭ କରି ସ୍ତ୍ରୀ ଓ ଶାଶୁ ଡୁମୁଣୀ ପ୍ରଧାନକୁ ଥାନାକୁ ଆଣି ପଚରା ଉଚୁରା କରୁଥିବା ବେଳେ ଘଟଣାକୁ ସତ ବୋଲି ମାନି ନେଇଥିଲେ ! ଖବର ପାଇ ପ୍ରେମିକ ଖସି ଯାଉଥିବା ବେଳେ ତାକୁ ମାଛିପଡା ନିକଟରୁ ପୋଲିସ କାବୁ କରି ନେଇଥିଲା, ଏହି ଖବର ପ୍ରକାଶିତ ହେବାପରେ ଶରଣକୂଳ ଏସଡିପିଓ ସୁଧାକର ସାହୁ, ଓଡଗାଁ ଥାନା ଅଧିକାରୀ ରଶ୍ମୀରଞ୍ଜନ ସାହୁ, ତହସିଲଦାର ମାନସ ରଞ୍ଜନ ଭୋଇ, ଏସଆଇ ସ୍ୱାଗତ କୁମାର ଦାଶ ଓ ସାଇଣ୍ଟ୍ରିଫିକ ଟିମ ଘଟଣା ସ୍ଥଳରେ ପହଂଚି ଲୋକଙ୍କ ସହାୟତାରେ ପୋତା ଯାଇଥିବା ଗାତକୁ ଖୋଳି ପ୍ରକାଶର ଶବକୁ ବାହାର କରିଛନ୍ତି !

Exit mobile version