Site icon Awaj Media

ମସଜିଦ ସମ୍ମୁଖ ପାର୍କିଙ୍ଗ ଜାଗାରେ ମହିଳା ସମିତି ଗୃହ ନିର୍ମାଣ ପ୍ରସ୍ତାବ କୁ ନେଇ ବଢୁଛି ଅସନ୍ତୋଷ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ମସଜିଦ ସମ୍ମୁଖ ପାର୍କିଙ୍ଗ ଜାଗାରେ ମହିଳା ସମିତି ଗୃହ ନିର୍ମାଣ ପ୍ରସ୍ତାବ କୁ ନେଇ ବଢୁଛି ଅସନ୍ତୋଷ ! ଦୀର୍ଘ ଷାଠିଏ ବର୍ଷ ଧରି ଚାଲିଛି ଉପାସନା ! ନମାଜୀ ଭାଇ ମାନେ ସେହି ଖାଲି ସ୍ଥାନରେ ଗାଡି ପାର୍କିଙ୍ଗ କରିଥାନ୍ତି ! ଏବେ ସେହି ସ୍ଥାନରେ ଏକ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଯୋଜନା ହେବା ପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ବାସିନ୍ଦା ! ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ଥିବା ନୂଆପଲ୍ଲୀ ଆଠ ନମ୍ବର ମସଜିଦର ସମୁଖ ରେ ଏକ ମହିଳା ସମିତିର ଘର ନିର୍ମାଣ କରାଯିବା ଯୋଜନା ଶୁଣିବା ପରେ ମସଜିଦର ସଭପତି , ସମ୍ପାଦକ ଏବଂ ଦଶଜଣ ସଭ୍ଯ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ ସାକ୍ଷାତ କରିଥିଲେ । ସେ ଏହାକୁ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ ! ତେବେ ସରକାରୀ ଅଫିସର ମାନେ ହଠାତ୍ ମସଜିଦରେ ପହଞ୍ଚି ମହିଳା ସମିତ ଘର ନିର୍ମାଣ ସପକ୍ଷରେ ମସଜିଦର ସଭପତି ସମ୍ପାଦକ ସହିତ ଆଲୋଚନା କଲେ । ଏହି ଫଟୋକୁ ଭଲ ଭାବରେ ଦେଖିଲେ ଜାଣି ପାରିବେ ଏଇଠି ନମାଜୀ ଭାଇମାନେ ଗାଡି ପାର୍କିଂ କରନ୍ତି । କୌଣସି ଘର କରିବାକୁ ଟିକିଏ ହେଲେ ଜାଗା ନାହିଁ । ସେହି ରାସ୍ତା ଉପରେ ମହିଳା ସମିତିର ଘର ନିର୍ମାଣ କରାଯିବା ଯଥାର୍ଥ ନୁହେଁ ବୋଲି ଏହି ଅଞ୍ଚଳ ବାସୀ ପ୍ରକାଶ କରିଛନ୍ତି ।

Exit mobile version