Site icon Awaj Media

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା ସନ୍ଦେହ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ମାଣିବନ୍ଧ ନୂଆପଲ୍ଲୀ ଗ୍ରାମର ଶିବ ନାୟକ ନାମକ ଜଣେ ବ୍ୟକ୍ତି କବାଡ଼ିଆ ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ତେବେ ଶନିବାର ଦିନ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ଯାକାଣ୍ଡ ଘଟିଛି ବୋଲି ପରିବାର ଲୋକମାନେ କହିଛନ୍ତି । ଖବର ପାଇ ରବିବାର ଦିନ ସକାଳେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକାରୀ ବି. ଯୁଗଳ କିଶୋର, ଖୋର୍ଦ୍ଧା ଜିଲ୍ଲା ଉପଖଣ୍ଡ ଆରକ୍ଷୀ ଅଧିକାରୀ ଦିଲିପ ଦାସଙ୍କ ସମେତ ବେଗୁନିଆ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡ ସନ୍ଦେହରେ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଅଛି । ପରେ ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିବା ବେଳେ ହତ୍ଯାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Exit mobile version