Site icon Awaj Media

ବାଣପୁର ପାଲ୍ ଜୁଏଲର୍ସ ରେ ଜିଏସଟି ବିଭାଗ ଚଢ଼ାଉ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବଜାରରେ ଥିବା ପାଲ୍ ଜୁଏଲର୍ସର ର ଦୁଇଟି ଦୋକାନରେ ଜି ଏସ ଟି ଟିମ ଚଢ଼ାଉ କରିଛି । ବାଣପୁର ବଜାର ସ୍ଥିତ ପାଲ୍ ଜୁଏଲର୍ସ ସୁନା ଦୋକାନରେ ଏକ ୧୨ ଜଣିଆ ଜି ଏସ ଟି ଟିମ ଚଢ଼ାଉ କରିଥିଲେ । ଦୋକାନ ମାଲିକ ରବି ନାରଣ ପାଲ୍ ଦୀର୍ଘ ଦିନ ଧରି ସୁନା ରୁପା ବେପାର କରି ଆସୁଥିବା ବେଳେ ବ୍ୟାପକ ଜି ଏସ ଟି ଫାଙ୍କୁଥିବା ଅଭିଯୋଗ ହୋଇଥିଲା । ଉକ୍ତ ଚଢ଼ାଉ ରେ ଭୁବନେଶ୍ୱର ସି ଟି ଜି ଏସ ଟି ର ଏକ ୧୨ ଜଣିଆ ଟିମ ପାଲ ଜୁଏଲର୍ସ ବାଣପୁର ବଜାର ରେ ଥିବା ୯୧୬ ହଲମାର୍କ ଜୁଏଲାରୀ ସପ ରେ ଚଢ଼ାଉ କରି ଅନେକ କାଗଜ ପତ୍ର ଜବତ କରିଛନ୍ତି I ସମ୍ପ୍ରତି ବାଣପୁର ବାଲୁଗାଁ ରେ ପ୍ରାୟ ୭୯ ରୁ ଅଧିକ ଛୋଟ ବଡ଼ ସୁନା ଦୋକାନ ଥିବା ବେଳେ ମାସକୁ ପ୍ରାୟ ୫ କୋଟି ଟଙ୍କାର ସୁନା ଓ ରୁପା ଅଳଙ୍କାର ବିକ୍ରି ହେଉଥିବା ଜଣାଯାଏ । ତେବେ ଦୋକାନୀ ମାନେ ଜି ଏସ ଟି ବାହାନାରେ ଲକ୍ଷ ଲକ୍ଷ ଟଙ୍କା ଗ୍ରାହକ ଙ୍କ ଠାରୁ ଆଦାୟ କରୁଥିବା ବେଳେ ସରକାରଙ୍କୁ ଜି ଏସ ଟି ନଦେଇ ବେସ ଲାଭବାନ ହେଉଛନ୍ତି । ଶୁକ୍ରବାର ପୂର୍ବାହ୍ନ ୧୦ ଘଟିକା ସମୟରେ ବାଣପୁର ବଜାରରେ ଜି ଏସ ଟି ଟିମ ଚଢ଼ାଉ ଜାରି ରହିଥିବା ଖବର ପ୍ରଚାରିତ ହେବାପରେ ବାଣପୁର ରେ ସମସ୍ତ ସୁନା ଦୋକାନ ତରବରିଆ ଭାବେ ବନ୍ଦ ହୋଇଯାଇଥିବା ଦେଖିବାକୁ ମିଳିଥିଲା l ଜୁଏଲର୍ସ ମାଲିକଙ୍କ ପ୍ରତିକ୍ରିୟା ନେବାରେ ସେ କହିଥିଲେ ଏହା ଏକ ନିତିଦିନିଆ ଅଡିଟ ଥିଲା I ଏଠି ପ୍ରଶ୍ନ ଉଠେ ଯେ ସାଧାରଣ ଗ୍ରାହକ ଟି ଏ କୌଣସି ସୁନା ଦୋକାନରୁ ଅଳଙ୍କାର କିଣିଲା ପରେ ଦୋକାନୀ କୌଣସି ଜି ଏସ ଟି ବିଲ ନଦେଇ ଗ୍ରାହକଙ୍କ ଠାରୁ ଜି ଏସ ଟି ବାବଦରେ ଟଙ୍କା ଆଦାୟ କରି ସରକାରଙ୍କୁ ଜି ଏସ ଟି ଫାଙ୍କି ମାଲାମାଲ ହେଉଥିବା ବେଳେ ବାଲୁଗାଁ ବାଣପୁର ର ଅସାଧୁ ବ୍ୟବସାୟୀ ଙ୍କ ଉପରେ ଜି ଏସ ଟି ବିଭାଗ ର କାର୍ଯ୍ୟାନୁଷ୍ଠାନ କେବଳ ଲୋକ ଦେଖାଣିଆ ଭାବେ , ଉକ୍ତ ଦୋକାନ କୁ ସୀଲ କରି ତା ପରଦିନ ସିଲ ଖୋଲି ଦେଉଛନ୍ତି ତାହା ସାଧାରଣ ରେ ସନ୍ଦେହ ସୃଷ୍ଟି କରିବା ସହ ଚର୍ଚ୍ଚା ହେଉଛି ।।

Exit mobile version