Site icon Awaj Media

ବିଳମ୍ବିତ ରାତିରେ ଘରେ ପଶିଲେ : ସୁନା ଅଳଙ୍କାର ସହିତ ନଗଦ ଟଙ୍କା ଲୁଟିଲେ ଲୁଟେରା !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ସରଳସିଂହ ଗ୍ରାମରେ ଗତ ଶୁକ୍ରବାର ରାତ୍ର ରେ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି I ଗ୍ରାମର ସୀତାରାମ ନୟକଙ୍କ ଙ୍କ ଅଭିଯୋଗ ଅନୁଯାୟୀ ଘରେ ପରିବାର ର ସଦସ୍ୟ ମାନେ ଅନୁପସ୍ଥିତ ଥିବାର ସୁଯୋଗ ନେଇ କିଛି ଅଜଣା ଦୁର୍ବୁତ୍ତ ଗୋଟିଏ ସୁନା ଚେନ, ଗୋଟିଏ ହାର , ଦୁଇଟି ମୁଦି ସହିତ ନଗଦ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି I ଘଟଣା ସ୍ଥଳରେ ଥାନା ଅଧିକାରୀ ଚନ୍ଦ୍ରଶେଖର ଜେନା ତଦନ୍ତ କରିବା ସହିତ କେସ ନମ୍ବର ୧୦୫ / ୨୪ ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି I ତେବେ ନାଚୁଣୀ ଥାନା ଅଞ୍ଚଳ ରେ ଏଭଳି ଘଟଣା ବାରମ୍ବାର ଘଟିଥିବା ବେଳେ ଜନସାଧାରଣ ନିଜକୁ ସୁରକ୍ଷିତ ମଣୁ ନଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଉକ୍ତ ଅଞ୍ଚଳ ରେ ପୋଲିସ ର ପେଟ୍ରୋଲିଙ୍ଗ ଅଭାବ ଯୋଗୁ ଚୋର ମାନଙ୍କର ପାଦୁର୍ଭାବ ବଢ଼ିବାରେ ଲାଗିଛି । ସେହିପରି ବିଭିନ୍ନ ଗ୍ରାମ ମାନଙ୍କରେ ମଧ୍ୟ ବହୁବାର ଚୋରି ହୋଇଥିବା ନେଇ ଥାନାରେ ବାରମ୍ୱାର ଅଭିଯୋଗ ହୋଇ ଆସୁ ଥିଲେବି କିଛି ସୁଫଳ ମିଳୁ ନଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି I

Exit mobile version