Site icon Awaj Media

ସୁକିନ୍ଦା ଅଞ୍ଚଳରୁ ବଜ୍ରକାପ୍ତା ଚାଲାଣ କରିଥିବା ଅଭିଯୋଗରେ ଦୁଇ କୋର୍ଟ ଚାଲାଣ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଅଞ୍ଚଳରୁ ବଜ୍ରକାପ୍ତା ଚାଲାଣ ଅଭିଯୋଗରେ ବନବିଭାଗ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । କଳିଙ୍ଗନଗର ଥାନା ଅଞ୍ଚଳରୁ ଦୁଇ ଜଣ ଯୁବକ ଏକ ବଜ୍ରକାପ୍ତା ଶୀକାର କରି ନେଇ ଯାଉଥିବା ସୂଚନା ପାଇ ସୁକିନ୍ଦା ରେଞ୍ଜର ବିପିନ ବିହାରୀ ରାଉତରାୟଙ୍କ ନିର୍ଦ୍ଦେଶରେ ବନବିଭାଗ କର୍ମଚାରୀ ଶିକାରୀଙ୍କୁ ପିଛା କରିଥିଲେ । ବନବିଭାଗ କର୍ମୀଙ୍କୁ ଦେଖି ଉଭୟ ଶିକାରୀ ବଜ୍ରକାପ୍ତାକୁ ରାସ୍ତା ଉପରେ ଛାଡି ଖସି ପଳାଇଥିଲେ । ବନ ବିଭାଗ କର୍ମଚାରୀ ବଜ୍ରକାପ୍ତା କୁ ଉଦ୍ଧାର କରି ସୁକିନ୍ଦା କାର୍ଯ୍ୟାଳୟକୁ ଆଣି ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସୁକିନ୍ଦା ପାଖ ଘଞ୍ଚ ଜଙ୍ଗଲରେ ଛାଡିଥିଲେ । ଏହି ଘଟଣାରେ ସଂପୃକ୍ତ ଶିକାରୀକୁ ଧରିବା ପାଇଁ ବନବିଭାଗ ପକ୍ଷରୁ ତଦନ୍ତ ଜାରି ରହିଥିଲା । ଏହି ମାମଲାରେ ବନବିଭାଗ ପକ୍ଷରୁ ଗୋବରଘଟି କଲୋନୀର କହ୍ନେଇ ବିନ୍ଧାଣୀ ଙ୍କ ଦୁଇ ପୁଅ ଚୈତନ୍ୟ ବିନ୍ଧାଣି ଓ ସନାତନ ବିନ୍ଧାଣି କୁ ଗିରଫ କରି ୧୪୫ / ୨୦୨୪ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ସହକାରୀ ବନ ସଂରକ୍ଷକ ଅନିଲ କୁମାର ରାୟ ତଦନ୍ତଭାର ଗ୍ରହଣ କରିଥିଲେ।

Exit mobile version