Site icon Awaj Media

ବାଲୁଗାଁ ଅଞ୍ଚଳରୁ ଝୁଲନ୍ତା ଅବସ୍ଥାରେ ଅଜଣା ଶବ ଉଦ୍ଧାର !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଉମାକାନ୍ତପୁର ନିକଟରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବାଲୁଗାଁ ରେଳ ଷ୍ଟେସନ ଦକ୍ଷିଣ କ୍ୟାବିନ ନିକଟସ୍ଥ ପଞ୍ଚନାଳ ଶଙ୍ଖ ଠାରେ ଅଜଣା ଯୁବକଙ୍କ ଶବ ଏକ ଗଛରେ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଯୁବକ ଜଣକ କିଏ ଏଠାକୁ କାହିଁକି ଆସିଲେ, ନିଜେ ଆତ୍ମହତ୍ୟା କରିଛି ନାଁ ତାକୁ କିଏ ମାରିଛି ତାହା କହିବା ଅସ୍ପଷ୍ଟ ଥିବା ବେଳେ ତାହାର ପରିଚୟ ମିଳି ପାରିନାହିଁ l ମାଟିଆ ରଙ୍ଗର ଫୁଲ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏକ ଚେକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି । ଯୁବକଙ୍କ ଆନୁମାନିକ ବୟସ ତିରିଶ ରୁ ପଞ୍ଚତିରିଶ ହେବ ବୋଲି ଜଣାପଡିଛି। ବାଲୁଗାଁ ପୋଲିସ ଖବର ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି l ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଜଣାପଡିବ ବୋଲି ବାଲୁଗାଁ ଥାନାଧିକାରୀ ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି ।

Exit mobile version