Site icon Awaj Media

ଗୋରୁ ବୋଝେଇ ଗାଡି ଜବତ : ୫ ଗୋରୁ ମାଫିଆ ଗିରଫ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୈଦେଶ୍ଵର ପୋଲିସ ପକ୍ଷରୁ ଗହିରଗାଡ଼ିଆ ଅଂଚଳରେ ହୋଇଥିଲା ଜୋରଦାର ଚଢ଼ାଉ. ଚଢ଼ାଉ ବେଳେ ଗୋଟିଏ ଗୋରୁ ବୋଝେଇ ପିକଅପ ଭ୍ୟାନ ଜବତ. ସେପଟେ ଘଟଣା ରେ ୫ ଜଣ ଗୋରୁ ମାଫିଆ ଙ୍କୁ ଗିରଫ କରିଛି ପୋଲିସ . ଗାଡି ମଧ୍ୟରୁ ୧୨ ଗାଈ ଓ ୩ ଟି ଷଣ୍ଢ ହୋଇଛନ୍ତି ଉଦ୍ଧାର. ସୂଚନା ଅନୁଯାଇ ବେଗୁନିଆ ଅଂଚଳ ରୁ ତିଗିରିଆ ଅଭିମୁଖେ ଗୋରୁ ମାଫିଆ ମାନେ ଏକ ପିକଅପ ଭ୍ୟାନ ଦ୍ୱାରା ଗୋରୁ ଚାଲାଣ କରୁଥିବା ର ଖବର ପାଇଥିଲା ବୈଦେଶ୍ଵର ପୋଲିସ. ପୋଲିସ ର ଚଢ଼ାଉ ଦେଖି ପୋଲିସ ଙ୍କୁ ଚକମା ଦେଇ ଗହିରି ଗାଡ଼ିଆ ଜଙ୍ଗଲ ମଧ୍ୟ ଙ୍କୁ ଗାଡି ଭର୍ତ୍ତି କରି ଚମ୍ପଟ ମାରିବାକୁ କରୁଥିଲେ ଉଦ୍ୟମ.କିନ୍ତୁ ଏହା ଫେଲ ମାରିଥିଲା ଆଉ ବୈଦେଶ୍ଵର ପୋଲିସ ସମସ୍ତ ଗୋମାତା ଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଘଟଣା ସମ୍ପୃକ୍ତ ୫ ଜଣ ଗୋରୁ ମାଫିଆ କୁ ଗିରଫ କରିଛି ପୋଲିସ. ଗିରଫ ମାଫିଆ ମାନଙ୍କ ନା ସନ୍ତୋଷ ଜେନା. ଏସ ସଂଶୁର. ସୁଧୀର ନାୟକ. ରବି ନାୟକ. ସେକ ସହିଦ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ପ୍ରିୟ ଦର୍ଶନ ସେଠି.ଜବତ ଗାଡି ନମ୍ବର ରହିଛି OR02BF0642. ୧ ମାସ ପ୍ରାୟ ୧ ଶହରୁ ଉର୍ଦ୍ଧ ଗୋମାତା ଙ୍କୁ ଉଦ୍ଧାର କରିଛି ବୈଦେଶ୍ଵର ପୋଲିସ. ଏବେ ବିଶେଷ ସୂତ୍ର ସୂଚନା ମିଳିଛି ବାରମ୍ବାର ବୈଦେଶ୍ଵର ପୋଲିସ ପକ୍ଷରୁ ଏଭଳି ଚୋରା ଗୋରୁ ଗାଡି ଉପରେ ବାରମ୍ବାର ଚଢ଼ାଉ କୁ ନେଇ ଗୋରୁ ମାଫିଆ ଙ୍କ ଟାର୍ଗେଟ ରେ ବୈଦେଶ୍ଵର ଥାନା ବାବୁ.

Exit mobile version