Site icon Awaj Media

ଦୁଇଟି ସ୍ଥାନରେ ଚଢ଼ାଉ : ୭ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ଼ ଅବକାରୀ ବିଭାଗ ଆଜି ଦୁଇ ଦୁଇଟି ସ୍ଥାନରେ ଚଢ଼ାଉ କରି ମୋଟ ୭କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୭୪ ହଜାର ଟଙ୍କା ହେବ । ମାମଲାରେ ଦୁଇଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ନୂଆଗାଁ ଥାନା ନଇତଲା ଗ୍ରାମର ଅନାତ ଜଟିଙ୍କ ପୁଅ ଗୁନେନ୍ଦ୍ର କୁମାର ଜଟିଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ଅବକାରୀ ବିଭାଗ ଆଜି ସକାଳ ୯ଟା ବେଳେ ନୂଆଗାଁ ଥାନା ଉଦୟପୁର ଛକଠାରେ ତାଙ୍କୁ ଗିରଫ କରିଛି । ତାଙ୍କ ଠାରୁ ୩ କେଜି ୪୦ ଗ୍ରାମ ଗଞ୍ଜେଇ ଜବତ କରିଛି । ନୟାଗଡ଼ ଅବକାରୀ ବିଭାଗରେ ୯/୨୪ରେ ମାମଲା ରୁଜ କରି ଉକ୍ତ ଯୁବକକୁ କୋର୍ଟ ଚାଲାଣ କରାଯାଇଛି । ନୟାଗଡ଼ ଅବକାରୀ ବିଭାଗର ସୁପରିଟେଣ୍ଡେଣ୍ଟ୍ କରୁଣା ଶଙ୍କର ତିୱାରୀଙ୍କ ନିର୍ଦ୍ଦେଶ କ୍ରମେ ନୟାଗଡ଼ ଅବକାରୀ ବିଭାଗର ଓଆଇସି ଦୀପକ କୁମାର ଜେନା, ଏଏସଆଇ ସୁଧୀର କୁମାର ମଲ୍ଲୀକ, କନେଷ୍ଟବଳ କୃଷ୍ଣଚନ୍ଦ୍ର ପରିଡ଼ା, ସନ୍ତୋଷ କୁମାର ପ୍ରଧାନ ଓ ହରପ୍ରିୟା ମଲ୍ଲିକ ଏହି ଚଢ଼ାଉରେ ସାମିଲ ହୋଇଥିଲେ । ସେହିପରି ନୟାଗଡ଼ ଉପକଣ୍ଠ ତୁଳସୀପୁର ସାଇ ବାବାଙ୍କ ମନ୍ଦିର ନିକଟରେ ଜିଲ୍ଲା ଅବକାରୀ ମୋବାଇଲ ସ୍ମାଡ ଆଜି ସକାଳ ୯ଟାରେ ଚଢ଼ାଉ କରି ୪ କେଜି ଗଞ୍ଜେଇ ଜବତ କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି। ଗିରଫ ଅଭିଯୁକୁ ହେଲା ଜଙ୍କିଆ ଥାନା ଅନ୍ତର୍ଗତ ସିକୋ ପାଚିଲାଆମ୍ବ ସାହିର ପ୍ରତାପ ମହାରଣା(୪୨) ପିତା ମଙ୍ଗୁଳି ମହାରଣା। ଏହି ଚଢ଼ାଉରେ ଜିଲ୍ଲା ମୋବାଇଲ ସ୍ମାଡ଼ ଆଇଆଇସି ବିଷ୍ଣୁ ଚରଣ ମଲ୍ଲିକ, ଏଏସଆଇ ବିଦ୍ୟାଧର ପ୍ରଧାନ, କନେଷ୍ଟବଳ ଦେବୀପ୍ରସାଦ ପାଣି, ନୀଳଲୋହିତ ମଲ୍ଲିକ ଏବଂ ପ୍ରସନ୍ନ ସେଠି। କେସ ନଂ ୧୪/୨୪ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

 

Exit mobile version