Site icon Awaj Media

ହାତିବାରୀ ଜଗନ୍ନାଥ ମନ୍ଦିରରେ ଚୋରୀ ଘଟଣାକୁ ନେଇ ଥାନାରେ ଅଭିଯୋଗ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜଗନ୍ନାଥ ମନ୍ଦିରରୁ ଷ୍ଟିଲଚେନ୍ ଚୋରି ହୋଇଥିବା ଥାନାରେ ଅଭିଯୋଗ ! ସୁକିନ୍ଦା ଥାନା ଅନ୍ତର୍ଗତ ହାତିବାରୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ଚୋରୀ ଘଟଣାକୁ ନେଇ ବିଭିନ୍ନ ଆଲୋଚନା ଶୁଣିବାକୁ ମିଳିଛି । ହରିପୁର ଅଞ୍ଚଳର ଜଣେ ଯୁବକ ମନ୍ଦିର ଉପରିଭାଗରେ ଛିଡ଼ାହୋଇ ଆତ୍ମହତ୍ୟା କରିବା ପାଇଁ କହୁଥିବା ଦେଖିବାକୁ ମିଳିଥିଲା । ସୁଦଶା ବ୍ରତ ଥିବାରୁ ମନ୍ଦିରରେ ଭକ୍ତଙ୍କ ଗହଳି ଥିଲା । ଉପସ୍ଥିତ ଲୋକେ ସଂପୃକ୍ତ ଯୁବକକୁ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିବା ସହ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। କିଛି ସମୟ ପରେ ଯୁବକ ଜଣକ ମନ୍ଦିରର ଅଧା ପର୍ଯ୍ୟନ୍ତ ଓହ୍ଲାଇବା ପରେ ଅଗ୍ନିଶମ ବାହିନୀ କର୍ମଚାରୀ ମାନେ ଯୁବକକୁ ଉଦ୍ଧାର କରି ଉପସ୍ଥିତ ପୋଲିସକୁ ଜିମା ଦେଇଥିଲେ। ସଂପୃକ୍ତ ଯୁବକ ମାନସିକ ବିକାରଗ୍ରସ୍ତ କହି ପୋଲିସ ଛାଡ଼ି ଦେଇଥିବା ଜଣାପଡିଛି। ଘଟଣାର କିଛି ସମୟ ପରେ ମନ୍ଦିରରେ ଲାଗିଥିବା ଷ୍ଟିଲଚେନ୍ ନଥିବା ଦେଖି ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା । କିଛି ଯୁବକ ମିଳିତ ଭାବେ ଏହି ଚେନ୍ ଲୁଟ୍ କରିଥିବା ଓ ମନ୍ଦିର ଉପରି ଭାଗରୁ ଚେନକୁ ଖୋଲିଦେବା ପରେ ଉପରେ ଥିବା ଯୁବକ ଓହ୍ଲାଇ ନପାରି ବଞ୍ଚିବା ପାଇଁ ଅଭିନବ ପ୍ରୟାସ କରିଥିବା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଛି । ମନ୍ଦିରର ଲାଗିଥିବା ବାନା ପରିବର୍ତ୍ତନ କରିବା ସମୟରେ ମନ୍ଦିର ଉପରକୁ ଚଢିବା ଉଦ୍ଦେଶ୍ୟରେ ଲାଗିଥିବା ଷ୍ଟିଲଚେନ୍ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ଯାହାର ମୂଲ୍ୟ ୮୦ହଜାରରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Exit mobile version