Site icon Awaj Media

ପ୍ରତ୍ୟୁଷା ରାଜେଶ୍ବରି ସିଂ ଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ବିଜେପି ବିଧାୟକ ପ୍ରାର୍ଥୀନୀ ପ୍ରତ୍ୟୁଷା ରାଜେଶ୍ବରି ସିଂଙ୍କୁ ସୋସିଆଲ ମିଡିଆରେ ଅଶ୍ଳୀଳ କଟାକ୍ଷ କରାଯାଇଥିବା ବିଜେପି ଅଭିଯୋଗ କରିଛି । ଏହାକୁ ନେଇ ନୟାଗଡ଼ରେ ଶତାଧିକ ମହିଳାଙ୍କ ଦ୍ୱାରା ବିରୋଧ ପ୍ରଦର୍ଶନ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ବିଜେପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି । ସୂଚନା ଅନୁଯାୟୀ, ଆମ ପାଇଁ ବଡ଼ ଆମ ନୟାଗଡ଼ ଫେସବୁକ୍ ଆଇ ଡି ରୁ ନୟାଗଡ଼ ରାଣୀଙ୍କୁ ପୁତନା ବୋଲି କହିବା ସହ ତାଙ୍କୁ ବଧ କରାଯିବ ବୋଲି କୁହାଯାଇଥିଲା । ଏହାପରେ ଏଭଳି ଅଶ୍ଳୀଳ କଟାକ୍ଷକୁ ବିଜେପି ପକ୍ଷରୁ ନିନ୍ଦା କରାଯାଇଛି । ସୋସିଆଲ ମିଡିଆରେ ଯେଭଳି ଭାବରେ ପ୍ରତ୍ୟୁଷାଙ୍କୁ କଟାକ୍ଷ କରାଗଲା, ଏହା ମହିଳା ମାନଙ୍କ ପାଇଁ ଗୋଟେ ଅପମାନଜନକ ଘଟଣା ବୋଲି ବିଜେପି କହିଛି । ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିରୋଧରେ ଦୃଢ କାର୍ଯାନୁଷ୍ଠାନ ପାଇଁ ଦାବି କରାଯାଇଛି । ବିଜେଡ଼ି ହାରିବା ଭୟରେ ସୋସିଆଲ ମିଡିଆରେ ଏଭଳି କାଣ୍ଡ କରୁଛି ବୋଲି ବିଜେପି ଅଭିଯୋଗ କରିଛି । ମା’କୁ ଏହା କି ପ୍ରକାର ସମ୍ମାନ ବୋଲି ବିଜେପି ପ୍ରଶ୍ନ କରିଛି । ପ୍ରତ୍ୟୁଷା ରାଜେଶ୍ବରି ସିଂ ଙ୍କୁ ଅଶ୍ଳୀଳ କଟାକ୍ଷକୁ ନେଇ ନୟାଗଡ଼ ରାଜବାଟିରେ ବିଜେପି ର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ତୁରନ୍ତ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେଲେ ଆଗାମୀ ଦିନରେ ଏହାକୁ ବେଶ ଗୁରୁତର ସହ ନିଆଯିବ ବୋଲି ସମ୍ବିତ କହିଛନ୍ତି ।

Exit mobile version