Site icon Awaj Media

କମ୍ପାନୀ କବଜାରେ ଗୋଚର ଜମି : ବିଧାୟକ , ଚେୟାରମ୍ୟାନ, ତହସିଲଦାର , ଆରଆଇ ସମସ୍ତେ ଚୁପ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ମହୀପୁର ଗ୍ରାମପଞ୍ଚାୟତ ର ପୋଖରା ସାହି ଠାରେ ଥିବାପ୍ରାୟ ୬୦ ରୁ ୭୦ ଏକର ଜମି ଜାଗାକୁ ଇଥାଇଲ ତୈଳ କମ୍ପାନୀ ନିଜ ଘରବାରୀ କରିବା ସହିତ କମ୍ପାନୀ କରିବା ପାଇଁ ଜାଗା କିଣିଥିଲେ। ସେଇ ଜାଗା ରୁ ବାହାରକୁ ବାହାରିବା ପାଇଁ ରାସ୍ତା ନଥିବାରୁ କମ୍ପାନୀ ର ମାଲିକ ପାଖରେ ଥିବା ଗୋଚର ଜମିକୁ ହାତେଇ ଯିବା ପାଇଁ ଗୋଚର ଜମି ଉପରେ ରାସ୍ତା ନିର୍ମାଣ କରିଥିଲେ । ଗୋଚର ଜମି ଉପରେ ରାସ୍ତା ନିର୍ମାଣ ହୋଇଥିବା ଦେଖି ଗ୍ରାମବାସୀ ମିଳିତ ଭାବରେ ତାଙ୍କୁ ରାସ୍ତା ବନ୍ଦ କରିବା ପାଇଁ ତାଗିତ କରିଥିଲେ । କିନ୍ତୁ କମ୍ପାନୀ ର ମାଲିକ ଗ୍ରାମବାସୀ ଙ୍କ କଥା କିଛି ଶୁଣି ନଥିଲେ । ପରବର୍ତୀ ମୁହୂର୍ତ୍ତ ରେ ଯେଉଁ ଜାଗା ଉପରେ ରାସ୍ତା ନିର୍ମାଣ ହୋଇଛି ସେ ଜାଗା ଗୋଚର ଜମି ହୋଇଥିବାରୁ ଗ୍ରାମବାସୀ କମ୍ପାନୀ ମାଲିକ ଙ୍କୁ ବାରମ୍ବାର ରାସ୍ତା ନିର୍ମାଣ ପାଇଁ ମନା କରିବାରୁ ସେ ଗ୍ରାମବାସୀଙ୍କ କଥା କୁ ଶୁଣି ନଥିଲେ। ଏପଟେ ଗ୍ରାମବାସୀ ମିଳିତ ଭାବରେ ଏକାଠି ହୋଇକମ୍ପାନୀ ମାଲିକ ର ନିଜ ଜାଗା ଉପରେ କାମ ଚାଲୁ ଥିବା ବେଳେ ଗ୍ରାମ ବାସୀ କାମ ବନ୍ଦ କରି ଗୋଚର ଜମି ଉପରେ ରାସ୍ତା ବନ୍ଦ କରିବା ପାଇଁ କହିଥିଲକହିଥିଲ। ଏହାକୁ ଗ୍ରାମବାସୀ ଓ କମ୍ପାନୀ ମାଲିକ ଙ୍କ ମଧ୍ୟରେ ବଚସା ହୋଇ ଥିବା ଦେଖା ଯାଇଥିଲା।ଏପଟେ ଗ୍ରାମବାସୀ ଗୋଚର ଜମି ଉପରେ ରାସ୍ତା ବନ୍ଦ ପାଇଁ ଅଡ଼ିବସିଥିବା ବେଳେ ସେପଟେ କମ୍ପାନୀ ମୋତେ ସରକାର ଦେଇଥିବା କଥା କହିଛନ୍ତି । ଗ୍ରାମ ବାସୀ ବିରୋଧ କରୁଥିବା ବେଳେ ନା ସ୍ଥାନୀୟ ବିଧାୟକ , ଚେୟାରମ୍ୟାନ, ତହସିଲଦାର, ଆରଆଇ ଏକଥା କୁ କେହି କର୍ଣପାତ କରୁନାହାନ୍ତି । ଫଳ ରେ ଆଗାମୀ ଦିନ ରେ ଗୋଚର ଜମି ଉପରେ ରାସ୍ତା ବନ୍ଦ ନକଲେ ଗ୍ରାମବାସୀ ଆନ୍ଦୋଳନ ପନ୍ଥା ଆପଣେଇବେ ବୋଲି ଚେତାବନି ଦେଇଛନ୍ତି ।

Exit mobile version