Site icon Awaj Media

ବାଇକ ରେ ଦୁଇ ଦୁର୍ବୁର୍ତ୍ତ ଆସିଲେ ଝାମ୍ପି ନେଲେ ରୂପା ଭର୍ତ୍ତି ବ୍ୟାଗ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିରେ ଗୋଟିଏ ରୂପା ବ୍ୟବସାୟୀଙ୍କ ଠାରୁ କିଛି ଲୁଟେରା ୧୦କିଲୋ ରୂପା ଝାମ୍ପି ନେଇ ଥିବା ଖବର ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅଞ୍ଚଳର ପାଟଖଣ୍ଡା ସାହିର ପୁରୁଖା ରୂପା ବ୍ୟବସାୟୀ ସନ୍ୟାସୀ ନାୟକଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଳି ଶୁକ୍ରବାର ଦିନ ମଧ୍ୟ ୧୦ ଘଣ୍ଟ ସମୟରେ ନିଜ ସାଇକେଲ ରେ ସେ ଘରୁ ବାହାରି ବେପାର କରିବା କୁ ଯିବାବେଳେ ଦୁଇଟି ବାଇକରେ ଲୁଟେରା ମାନେ ଆସି ଗାଡ଼ିରୁ ପଡ଼ିଗଲା ଭଳି ଅଭିନୟ କରି ଶ୍ରୀ ନାୟକ ଙ୍କ ସାଇକେଲରେ ଲାଗିଥିବା ଦୁଇଟି ରୂପା ବ୍ୟାଗ ଝାମ୍ପୀ ନେଇଥିଲେ। ବ୍ୟାଗ୍ ରେ ୧୦ କେଜିରୁ ଉର୍ଦ୍ଧ୍ବ ରୂପା ଥିବା କହିଛନ୍ତି ବ୍ୟବସାୟୀ ଜଣକ। ଉକ୍ତ ରୂପାର ଆନୁମାନିକ ମୂଲ୍ୟ ୭ ଲକ୍ଷ ରୁ ଉର୍ଦ୍ଧ ହେବ ବୋଲି ଜଣାପଡିଛି l ଶ୍ରୀ ନାୟକ ବାଲିଗୁଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ତନାଘନା ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।

Exit mobile version