Site icon Awaj Media

ବ୍ୟାଙ୍କ ମିତ୍ର ଙ୍କ ଠାରୁ ବନ୍ଧୁକ ଦେଖାଇ ଲୁଟ !!!

Spread the love

ବେଗୁନିଆ ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ବନ୍ଧୁକ ଦେଖାଇ ଲୁଟ ! ବେଗୁନିଆ ଉପକଣ୍ଠ କୋକସିଂହ ଗ୍ରାମ କାଜୁ ଜଙ୍ଗଲ ଠାରେ ବନ୍ଧୁକ ଦେଖାଇ ଲୁଟ ହୋଇଛି ! ସୂଚନା ମୁତାବକ ବେଗୁନିଆ ବ୍ଲକ ଗୋଡ଼ିସାହି ଗ୍ରାମର ବଳରାମ ବେହେରା ଏବଂ ତାଙ୍କ ପତ୍ନୀ ରୀନା ବେହେରା ବ୍ୟାଙ୍କ ଅଫ ବରୋଦା, ଗୁଡ଼ୁମ ଶାଖାରେ ବ୍ୟାଙ୍କ ମିତ୍ର ଭାବରେ କାମ କରନ୍ତି l ପ୍ରତ୍ୟକ ଦିନ ପରି ସେ ଦୁହେଁ ସ୍କୁଟି ଗାଡ଼ିରେ ଅପରାହ୍ନ 4ଟା ସମୟରେ ଗୁଡ଼ୁମରୁ ଗୋଡ଼ିସାହି ଯାଉଥିବା ସମୟରେ କୋକସିଂହ କାଜୁ ଜଙ୍ଗଲ ଠାରେ ତିନିଜଣ ଯୁବକ ଏକ କଳା ପଲସର ବାଇକରେ ଆସି ବନ୍ଧୁକ ଏବଂ ଏକ ଭଙ୍ଗା କାଚ ବୋତଲ ଦେଖାଇ ସେମାନଙ୍କଠାରୁ ନଗଦ ଏକ ଲକ୍ଷ ସତୁରି ହଜାର ଟଙ୍କା, ସ୍କୁଟି ଗାଡି, ଗୋଟିଏ ଲାପଟପ ଏବଂ ବ୍ୟାଙ୍କର କିଛି କାଗଜ ପତ୍ର ଛଡାଇ ନେଇ ଯାଇଥିଲେ l ଏନେଇ ସେମାନେ ଥାନାରେ ଅଭିଯୋଗ ପରେ ଖୋର୍ଦ୍ଧା ସଦର ଥାନାର ଆଇଆଇସି କାହ୍ନୁଚରଣ ସ୍ୱାଇଁଙ୍କ ଅଧକ୍ଷତାରେ ଦୁଇଟି ଟିମ ଘଟଣା ସ୍ଥଳ ପରିଦର୍ଶନ କରି ତଦନ୍ତ ଜାରି ରଖିଛନ୍ତି I

Exit mobile version