କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ସୋଫିଆଙ୍କ ବିଜୟ ଶୋଭାଯାତ୍ରାରେ ପାକିସ୍ତାନ ଜିନ୍ଦାବାଦ ନାରା , ଏପରି ଭିଡିଓ ଭାଇରାଲ ହେବା ପରେ ଦେଖିବାକୁ ମିଳିଛି ପ୍ରତିକ୍ରିୟା ! ସୋଫିଆ ଫିର୍ଦୋଷ ହାଏ ହାଏ.. ମହମ୍ମଦ ମୋକିମ ଡାଉନ ଡାଉନ..ଏପରି ନାରା ଶୁଣିବାକୁ ମିଳିଛି କଟକ ସହରରେ ! ବିବାଦ ଘେରରେ କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦୋଷ.. ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଥାନାର ଦ୍ୱାରସ୍ଥ ହେଲା ହିନ୍ଦୁସେନା.. କଂଗ୍ରେସ ବିଧାୟିକାଙ୍କ ଇସ୍ତଫା ଦାବି କଲା ବିଜେପି । ଅନ୍ୟପଟେ ଏହା ଲଜ୍ଜା ଜନକ ଏବଂ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି ନହେଉ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବିଜେଡିର ପ୍ରତିକ୍ରିୟା ।
ଭାଇଚାରା ସହରରେ ପାକିସ୍ତାନ ଜିନ୍ଦାବାଦ ଚଳିବ ନାହିଁ.. ସୋଫିଆଙ୍କ ବିଜୟରୁ ପାକିସ୍ତାନ ଜିନ୍ଦବାଦ ପ୍ରସଙ୍ଗ ସର୍ବସାଧାରଣରେ ଏବେ ଚହଳ ସୃଷ୍ଟି କରିଛି। ଏହି ପ୍ରସଙ୍ଗକୁ ନେଇ ସାମାଜିକ ସଙ୍ଗଠନ ତଥା ବିଜେପି ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ବିଧାୟିକା ସୋଫିଆ ଫିର୍ଦୋଷ ମଧ୍ୟ ବିବାଦ ଘେରକୁ ଆସିଛନ୍ତି। ସୋଫିଆ ଫିର୍ଦୋଷଙ୍କ ପାଇଁ ସାଧାରଣ ନିର୍ବାଚନ ଯେତିକି ଚ୍ୟାଲେଞ୍ଜିଙ୍ଗ ଥିଲା ବିଜୟ ପରେ ବର୍ତ୍ତମାନ ତାଙ୍କ ପାଇଁ ବିବାଦ ସେତିକି ବଢ଼ିବାରେ ଲାଗିଛି। କଟକ ୧୩ରୁ ୱାର୍ଡରୁ ସୋଫିଆଙ୍କ ବିଜୟ ସମାବେଶରେ ପାକିସ୍ତାନ ଜିନ୍ଦାବାଦ ନାରା ବର୍ତ୍ତମାନ ସୋଫିଆଙ୍କ ପାଇଁ ଅଡ଼ୁଆ ବଢ଼ାଇଛି। ଏହି ପ୍ରସଙ୍ଗକୁ ନେଇ ହିନ୍ଦୁସେନା ପୋଲିସ ପ୍ରଶାସନର ଦ୍ୱାରସ୍ଥ ହେବା ସହ ଘର ମୁଖିଆଙ୍କ ଅଜ୍ଞାତରେ ଏତେ ବଡ଼ କାଣ୍ଡ ହୋଇଗଲା ଏବଂ ଏଯାଏଁ କାହିଁକି ମୁଖିଆ ସ୍ପଷ୍ଟୀକରଣ ରଖୁ ନାହାନ୍ତି ବୋଲି ପ୍ରଶ୍ନ କରିଛି ହିନ୍ଦୁସେନା ।
ଓଡ଼ିଶାରେ ବର୍ତ୍ତମାନ ଏହି ରାଷ୍ଟ୍ରଦ୍ରୋହୀ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ। ଦେଶଦ୍ରୋହୀ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ ସୋଫିଆଙ୍କ ଇସ୍ତଫା ପାଇଁ ବିଜେପି ଦାବି ଉଠାଇଛି ବିଜେପି । ଅନ୍ୟପଟେ ଛୋଟପିଲାଙ୍କ ହାତରେ ବ୍ୟାନର ସହ ପାଟିରେ ପାକିସ୍ତାନ ଜିନ୍ଦବାଦ କେମିତି ଆସିଲା ଏବଂ ଏଭଳି କ୍ଷେତ୍ରରେ ପୋଲିସ ପ୍ରଶାସନ କେମିତି ନିରବ ରହିଲା ବୋଲି ବିଜେଡି ପ୍ରଶ୍ନ ଉଠାଇଛି। ସୋଫିଆଙ୍କୁ ବିବାଦ ଘେରକୁ ଟାଣିଥିବା ଭାଇରାଲ ଭିଡିଓରେ କେତେ ସତ୍ୟତା ରହିଛି ଏବଂ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ପୋଲିସ ପ୍ରଶାସନ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତାହା ଦେଖିବା ବାକି ରହିଲା।

