ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଳାପଥର ଧଳାପଥର ଆଞ୍ଚଳିକ କଲେଜରୁ ଚୋରି ଘଟଣା , ରାତ୍ର ଜଗୁଆଳିକୁ ଅଧ୍ୟକ୍ଷ ଙ୍କ ଜିମାରେ ଛାଡିଲା ପୁଲିସ ! କଳାପଥର ଧଳାପଥର ଆଞ୍ଚଳିକ +2 କଲେଜରୁ ଦୁଇ ଦିନ ତଳେ ରାତ୍ରିରେ ସିଲିଂ ଫ୍ୟାନ, ଷ୍ଟଣ୍ଡ ଫ୍ୟାନ, ଟେବୁଲ, ବିଦ୍ୟୁତ ବଲ, ସିସି କ୍ୟାମେରା ସହିତ ବିଶୋଧିତ ପାନୀୟ ଜଳ ଯନ୍ତ୍ର, କବାଟ ଚୋରି ହୋଇଥିଲା ! ଦୁଇ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରାତ୍ର ଜଗୁଆଳି ଭାବେ କଲେଜରେ ନିଯୁକ୍ତ ହୋଇଛନ୍ତି ! ମାସିକ ପ୍ରାୟ 40 ହଜାରରୁ ଉର୍ଦ୍ଧ ଦରମା ସରକାର ପ୍ରଦାନ କରୁଥିବା ବେଳେ କାର୍ଯ୍ୟ ନକରି ଘରେ ଶୋଇଥାନ୍ତି ବୋଲି କଲେଜ କର୍ତ୍ତୃପକ୍ଷ ଜାଣି ସୁଦ୍ଧା କାର୍ଯାନୁଷ୍ଠାନ ନେଇ ନାହାନ୍ତି ! ପୂର୍ବ ରୁ କଲେଜ ପରିସର ରୁ ଅନୁମାନ 10 ଗୋଟି ବୃହତ ଶାଗୁଆନ ଗଛ, କବାଟ ଝରକା ଚୋରି ହୋଇଯାଇଛି ! ଏହା ଏକ ବଡ଼ ଧାରଣର ଚୋରି ହୋଇଥିବାରୁ ଏ ସମ୍ପର୍କ ରେ କଲେଜ ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ ରାତ୍ର ଜଗୁଆଳି ପରମାନନ୍ଦ ପରିଡାଙ୍କ ବିରୁଦ୍ଧରେ ବୈଦ୍ୟେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଥିଲେ ! ପୁଲିସ ଅଭିଯୋଗ ଆଧାରରେ ଏକ ମାମଲା ୠଜୁ କରି ତଦନ୍ତ କରିଥିଲା ! ସନ୍ଦେହରେ ରାତ୍ର ଜଗୁଆଳିଙ୍କୁ ଉଠାଇ ନେଇ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଅଟକ ରଖି ପଚରାଉଚରା କରୁଥିଲା ! ଶ୍ରୀ ପରିଡା ଙ୍କ ପରିବାର ତରଫରୁ ଅଧକ୍ଷଙ୍କ ଉପରେ ଚାପ ପକାଇବା ପରେ ବୈଦ୍ୟେଶ୍ୱର ଥାନାର ଭାରପ୍ରାପ୍ତ ଅଧିକାରୀ ପ୍ରିୟରଞ୍ଜନ ସେଠୀଙ୍କ ଉପସ୍ଥିତ ରେ ଆଲୋଚନା କରାଯାଇଥିଲା ! ଉଭୟଙ୍କ ଉପସ୍ଥିତ ରେ କଲେଜ ରାତ୍ର ଜଗୁଆଳି ପରମାନନ୍ଦ ପରିଡା ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଫେରାଇ ଦେବେ ବୋଲି କହିବାରୁ ତାଙ୍କୁ ଛାଡି ଦିଆଯାଇଥିବା କଲେଜ ଅଧ୍ୟକ୍ଷ ଶ୍ରୀ ଛାଟୋଇଙ୍କ ସୂତ୍ରରୁ ଜଣାପଡ଼ିଛି ! ଭାରପ୍ରାପ୍ତ ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ କୁହୁଛନ୍ତି ଥାନାରେ ରାତ୍ର ଜଗୁଆଳି ପରମ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଫେରାଇ ଦେବାକୁ ରାଜି ହୋଇଥିଲେ ! ସେଥିପାଇଁ ତାକୁ ଛାଡି ଦିଆଯାଇଛି ବୋଲି ସେ କହିଛନ୍ତି ! ଅନ୍ୟ ପଟେ ଥାନା ଅଧିକାରୀ ପ୍ରିୟରଂଜନ ସେଠୀ ତଦନ୍ତ ଚାଲିଥିବା କହିଛନ୍ତି ! ତେବେ ରାତ୍ର ଜଗୁଆଳି ପରମାନନ୍ଦ ପରିଡା , କଲେଜ ଅଧ୍ୟକ୍ଷ ସୁନନ୍ଦ କୁମାର ଛାଟୋଇ କଲେଜ ପରିସର ରୁ ପୁରୁଣା ଶାଗୁଆନ ଗଛ କାଟି ବିକ୍ରି କରିଥିବା ଅଭିଯୋଗ କରିଛନ୍ତି ! ଏ ଘଟଣା ସମ୍ପର୍କ ରେ କଳାପଥର ପଂଚାୟତ ସରପଞ୍ଚ ଙ୍କ ସ୍ବାମୀ ପ୍ରଫୁଲ କୁମାର ସ୍ଵାଇ କୁହନ୍ତି କଲେଜ ପରିଚାଳନା କମିଟି ମୁଖ୍ୟ ବାଙ୍କୀ ଉପ ଜିଲ୍ଲାପାଳ ଦେବୀପ୍ରସନ୍ନ ମହାନ୍ତି ଏହାର ବିଧିବଦ୍ଧ ତଦନ୍ତ କରି କର୍ମଚାରୀ ଙ୍କ ଉପରେ କାର୍ଯାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ !
କଳାପଥର ଧଳାପଥର ଆଞ୍ଚଳିକ କଲେଜରୁ ଚୋରି !!!

