Site icon Awaj Media

ସୁକିନ୍ଦା ଅଞ୍ଚଳରେ ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ଉତ୍ତେଜନା : ପୋଲିସ ତଦନ୍ତ ଆରମ୍ଭ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳର ଜଣେ ଯୁବକଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ପ୍ରକାଶ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଉତେଜିତ ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ବ୍ୟବଛେଦ ପାଇଁ ପଠାଇଥିବା ଜଣାପଡିଛି। ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ହୁଡ଼ିସାହି ଗ୍ରାମ ହରିହର ମହାନ୍ତଙ୍କ ପୁଅ ଜଗନ୍ନାଥ (୩୮) ଗତ ରବିବାର ଦିନ ସୁକିନ୍ଦା ହାଟରୁ ଫେରୁଥିବା ସମୟରେ ସଂଶାଇଲୋ ଗ୍ରାମର କିଛି ଯୁବକଙ୍କ ସହ ବଚସା ହୋଇଥିଲା ,ପରେ ସଂପୃକ୍ତ ଯୁବକ ମାନେ ଜଗନ୍ନାଥକୁ ସଂଘବଧ ଆକ୍ରମଣ କରିଥିଲେ। ଯେଉଁଥିରେ ଜଗନ୍ନାଥଙ୍କ ଅବସ୍ଥା ଗୁରୁତର ହୋଇଥିଲା। ସ୍ଥାନୀୟ ଲୋକେ ପହଞ୍ଚିବାରୁ ଆକ୍ରମଣଜାରୀ ମାନେ ଘଟଣାସ୍ଥଳରୁ ପାର ହୋଇଯାଇଥିଲେ। ସେହିଦିନ ଠାରୁ ଆହତ ଜଗନ୍ନାଥଙ୍କ ଚିକିତ୍ସା ଜାରୀ ରହିଥିଲା। ଆଜି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ଜଗନ୍ନାଥକୁ କଟକ ନେଇ ଯାଉଥିବା ସମୟରେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ଜଗନ୍ନାଥକୁ ଘରକୁ ଫେରାଇ ନେଇ ଆସିବା ସମୟରେ ଗଣ୍ଡଗୋଳ ଘଟିଥିବା ସ୍ଥାନରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜଗନ୍ନାଥର ମୃତ୍ୟୁ ପାଇଁ ସଂପୃକ୍ତ ଆକ୍ରମଣକାରୀଙ୍କୁ ଦାୟୀ କରିଥିଲେ ଓ ଏହି ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ସୂଚନା ପାଇ ସୁକିନ୍ଦା ପୋଲିସ ଘଟଣାସ୍ଥଳରେ ପହଂଚି ଉତେଜିତ ଲୋକଙ୍କୁ ବୁଝାସୁଝା କରିବା ସହ ଯଥାଶୀଘ୍ର ଗିରଫ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଜାରୀ ରଖିଛି। ସଂପୃକ୍ତ ଯୁବକ ମାନେ ପୂର୍ବରୁ ଏହିଭଳି ଅନେକ କାଣ୍ଡ ଘଟାଇ ନିର୍ଭୟରେ ବୁଲୁଥିବା ସ୍ଥାନୀୟ ଲୋକେ ଭୟଭୀତ ଥିବା ଅଭିଯୋଗ ହୋଇଛି। ଯଥାଶୀଘ୍ର ଏହି ଘଟଣାର ଆବଶ୍ୟକୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

Exit mobile version