Site icon Awaj Media

ଗଡ଼ ଗୁଡ଼ୁମ ଗ୍ରାମରେ ପଥର ମାଫିଆଙ୍କ ଦବଙ୍ଗଗିରି !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଗଡ଼ଗୁଡ଼ୁମ ଗ୍ରାମରେ ଦବଙ୍ଗ ଗିରି ଚଳାଇଛନ୍ତି ପଥର ମାଫିଆ l ସୂଚନା ଯୋଗ୍ୟଯେ, ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡ଼ଗୁଡ଼ୁମ ଗ୍ରାମର ରାଜସ୍ବ ଗ୍ରାମ ଫୁଲଛାଞ୍ଚୁଣି ମୌଜାରେ ଗତ କିଛି ବର୍ଷ ହେବ ନିଲାମଧାରୀ ଦିବାକର ବେହେରା ଏବଂ ତାଙ୍କର କିଛି ସହଯୋଗୀ ମିଶି ପଥର ଖଣି ନିଲାମ ନେଇ ପଥର କାଟୁଥିଲେ l ନିଲାମ ନେଇଥିବା ସ୍ଥାନରୁ ପଥର ଶେଷ ହେବାରୁ, ସେମାନେ ବଳପୂର୍ବକ ଗଡ଼ଗୁଡ଼ୁମ ଗ୍ରାମ୍ୟ ଜଙ୍ଗଲକୁ କାଟି ସେଠାରୁ ପଥର କାଟୁଛନ୍ତି l ଏହି ବିଷୟରେ ଗ୍ରାମବାସୀ ମିଶି ଚଳିତ ମାସ 16 ତାରିଖରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଥିଲେ l ଏହାପରେ ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ, ବେଗୁନିଆ ତହସିଲଦାର ତାପସ ବିସି, ଖଣି ନିଗମ ଅଧିକାରୀ ଏବଂ ସଦର ଥାନା ଅଧିକାରୀ କାହ୍ନୁ ଚରଣ ସ୍ୱାଇଁ ଙ୍କ ଉପସ୍ଥିତିରେ ଉକ୍ତ ନିଲାମ ଅଞ୍ଚଳକୁ ଡ୍ରୋନ ସାହାଯ୍ୟରେ ମାପ କରାଯାଇଥିଲା l ଏହାପରେ ଜବର ଦାଖଲ ଅଞ୍ଚଳକୁ 7 ଦିନ ମଧ୍ୟ୍ୟରେ ଛାଡିବା ପାଇଁ ନିଲାମଧାରିଙ୍କୁ ତହସିଲଦାର ନିର୍ଦେଶ ଦେବା ସହିତ ଏହାର ଉପଯୁକ୍ତ ତଦନ୍ତ ହେବ ବୋଲି ପ୍ରତିଶୃତି ଦେଇଥିଲେ ! ଏହା ସହ ଉକ୍ତ ଅଂଚଳରେ 144 ଧାରା ଲାଗୁ ପାଇଁ ଖଣିନିଗମ ଅଧିକାରୀ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ l ଏହାର ଉପଯୁକ୍ତ ତଦନ୍ତ ହୋଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ନା ପ୍ରଶାସନର ସହଯୋଗରେ ଏହି ଫାଇଲକୁ ଚପାଇ ଦିଆଯିବ l ଯାହାକି ସାଜିଛି ଗ୍ରାମବାସୀଙ୍କ ପାଇଁ ପ୍ରଶ୍ନବାଚୀ l

Exit mobile version