Site icon Awaj Media

ନୟାଗଡ ଉପକଣ୍ଠ ଲେଙ୍କୁଡ଼ିପଡ଼ା ରେ ଚାଞ୍ଚଲ୍ୟକର ଘଟଣା : ଆଇନ ପାଲଟିଛି ଅପହଞ୍ଚ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା କୁ ଅପରାଧ ମୁକ୍ତ କରିବା ପାଇଁ ଜିଲ୍ଲା ପୁଲିସ ନେଉଛି ବ୍ୟାପକ ପଦକ୍ଷେପ , ହେଲେ ସହର ଉପକଣ୍ଠ ଲେଙ୍କୁଡ଼ିପଡ଼ା ଗ୍ରାମରେ ଘଟି ଚାଲିଛି ଚାଞ୍ଚଲ୍ୟକର ଘଟଣା ! ନୟାଗଡ ବେଲବାଣୀ ଅଞ୍ଚଳର ଜଣେ ଗୁଣିଆ ଯିଏକି ନିଜକୁ ଚଣ୍ଡାଳ ବାବା କହୁଛି , ଲେଙ୍କୁଡ଼ିପଡା ରେ ଘର ଭଡା ନେଇ ରହୁଛି । ନିରୀହ ଝିଅ ମାନଙ୍କୁ ଘରକୁ ଡାକି , ପୂଜା ପାଠ ନାମରେ ବସ କରି ସେମାନଙ୍କ ଇଜତ ସହ ଖେଳୁଥିବାର ସାଙ୍ଘାତିକ ଅଭିଯୋଗ ଆସିଛି ! ମନ୍ତ୍ର , ଗୁଣି ଗାରେଡ଼ିକୁ ଡରି କେହି ମୁହଁ ଖୋଲିପାରୁ ନାହାନ୍ତି ! ସୂଚନା ପ୍ରଯୁକ୍ତି ବିଦ୍ୟା ଉନ୍ନତୀତ ଶୀର୍ଷରେ , ହେଲେ ଏବେବି ସମାଜର ବିଭିନ୍ନ ସ୍ଥାନରେ ଲାଗି ରହିଛି ଅନ୍ଧ ବିଶ୍ୱାସ ର କୁହେଳି ! ଗୁଣି ଗାରେଡି କୁ ପ୍ରତିରୋଧ କରିବା ପାଇଁ ଭାରତୀୟ ଦଣ୍ଡ ସଂହିତାରେ କଠୋର ଆଇନ ଥିବା ସମୟରେ ନୟାଗଡ ଜିଲ୍ଲା ପୁଲିସ କେବେ କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ଅପେକ୍ଷା !

Exit mobile version