Site icon Awaj Media

ନିର୍ମାଣ କାମ ହୋଇଛି ଅଧା , ଫାଇଲ ଗଲା କୁଆଡେ ???

Spread the love

ବରଗଡ ( ଆୱାଜ ମିଡ଼ିଆ ) – କୃପାସିନ୍ଧୁ ମହାନ୍ତି : ଫାଇଲ ଗଲା କୁଆଡେ ?? ନିର୍ମାଣ କାମ ହୋଇଛି ଅଧା , ହେଲେ ସରକାରୀ କାର୍ଯ୍ୟାଳୟରୁ ଫାଇଲ ଗାଏବ ! ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଚିଖିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖଲାବାହାଲ ଗ୍ରାମରେ କଲ୍ୟାଣ ମଣ୍ଡପ , କ୍ଳବ ଘର ଏବଂ ଅଙ୍ଗନୱାଡି ଗୃହ ର ଅଧା ବିଲ ର ପଇସା ପାଇ ଫାଇଲ ହଜି ଯିବାର ମହା ଦୁର୍ନୀତି କରିଛନ୍ତି ସରକାରୀ ଅଫିସର ବାବୁ ମାନେ ! କାହାର ଛତ୍ର ଛାୟା ତଳେ ରହି ଏହି ପରି ତିନି ତିନି ଟା କାର୍ଯ୍ୟ ର ଫାଇଲ ହଜିଛି ବୋଲି କହୁଛନ୍ତି ସରକାରୀ ବାବୁ ! ଘଟଣାକୁ ନେଇ ଅଭିଯୋଗ କରିଛନ୍ତି ଖଲାବାହାଲ ଗ୍ରାମବାସୀ ମାନେ l ନିର୍ମାଣ ହୋଇଥିବା କଲ୍ୟାଣ ମଣ୍ଡପ, ଅଙ୍ଗନୱାଡି ଗୃହ ଓ କ୍ଳବ ଗୃହ ର ଅଧା ବିଲ ପଇସା ପାଇ ବକେୟା ପଇସା ଗଲା କୁଆଡେ ଏହି କଥା ପଚାରିବାରୁ ସରକାରୀ ଅଫିସର ବାବୁ ମାନେ କହୁଛନ୍ତି ଫାଇଲ ନାହିଁ , ହଜିଯାଇଛି l ଖଲାବାହାଲ ଗ୍ରାମବାସୀ ମାନେ ବ୍ଲକ ଅଫିସ କୁ ଯାଇ ପଚାରି ବୁଝିଛନ୍ତି l ଏହି ପରି ଦୁର୍ନୀତି କାର୍ଯ୍ୟ ର ଗନ୍ତାଘର ପାଲଟିଛି ଗାଇସିଲେଟ ବ୍ଲକ ! ଚିଖିଲି ଗ୍ରାମପଞ୍ଚାୟତ ରେ ଆଉ କିଏ ପଚାରୁଛି କାହାକୁ , ବିଲେଇ ଯେମିତି ଆଖି ବୁଜି କ୍ଷୀର ପିଉଛି ଠିକ ସେହି ପରି କାର୍ଯ୍ୟ କରୁଛନ୍ତି ସରକାରୀ ଅଫିସର ମାନେ ! ସେମାନେ ଭାବୁଛନ୍ତି ଆମେ ଯେତେ କାର୍ଯ୍ୟ କରୁଛୁ ଆମକୁ କିଏ ଦେଖିବ l

Exit mobile version