Site icon Awaj Media

ବାଣପୁର ରେ ବାପର ବୋମା ମାଡ଼ରେ ସାନପୁଅ ମୃତ : ବଡ଼ ପୁଅ ବାପ ଅଟକ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳ ଭବାନୀପୁର ପଞ୍ଚାୟତ ଶାନ୍ତି ନଗରରେ ଘଟିଛି ବୋମା ମାଡ଼ । ବୋମା ମାଡ଼ରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇଜଣ ଆହାତ ହୋଇଛନ୍ତି । ମୃତକ ଜଣକ ହେଲେ ଶାନ୍ତିନଗର ର ସଠ ରାଉତରାୟ ଙ୍କ ସାନପୁଅ ଦିବ୍ୟସିଂହ ରାଉତରାୟ । ଏ ସମ୍ପର୍କରେ ବାଣପୁର ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଏବଂ ଏକ ବନ୍ଧୁକ ଜବତ କରିଛି । ବାଣପୁର ପୋଲିସ ବାପ ସଠ ରାଉତରାୟ ଓ ବଡ଼ପୁଅ ସୁବାସ ରାଉତରାୟ କୁ ଥାନାରେ ଅଟକ ରଖିଛି । ବୋମା କିଏ ମାରିଛି ତାହା ଅସ୍ପଷ୍ଟ ଥିବାବେଳେ ବଡ଼ ପୁଅର ସ୍ତ୍ରୀ ନିବାସି କହନ୍ତି , ଶଶୁର ସଠ ରାଉତରାୟ ବଡ଼ ପୁଅ ସୁବାଷକୁ ମାରିବା ପାଇଁ ଘର କୁ ବୋମା ମାଡ଼ କରିଥିବା ବେଳେ ସେଠାରେ ସାନପୁଅ ପହଞ୍ଚି ଯିବାରେ ମୃତ୍ୟୁ ବରଣ କରିଛି । ଅନ୍ୟ ପକ୍ଷରେ ସଠ ରାଉତରାୟ ଙ୍କ ଶାଳି ସାରସ ପ୍ରଧାନ କହନ୍ତି ସମ୍ପତି ପାଇଁ ଦୀର୍ଘ ଦିନ ଧରି ତାଙ୍କ ଘରେ ବିବାଦ ଲାଗି ରହିଥିଲା । ଆଜି ବଡ଼ପୁଅ ଏକ ପାୱାର ଟିଲାର ସଜ କରୁଥିବା ବେଳେ ବାପ ଆଶି ବଡ଼ ପୁଅକୁ ଗାଳି ଗୁଲଜ କରିଥିଲା । ପରେ ପରେ ବଡ଼ ପୁଅକୁ ମାରିବା ପାଇଁ ତାଙ୍କ ଘରକୁ ବୋମା ମାଡ଼ କରିଥିବା ବେଳେ ସେଠାରେ ସାନପୁଅ ପହଞ୍ଚି ଯାଇଥିଲା । ଯାହା ଫଳରେ ସାନ ପୁଅ ଦେହରେ ବୋମା ବସିବାରେ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିଲା ! ଅନ୍ୟ ପକ୍ଷରେ ପୋଲିସ ର ତଦନ୍ତ ଜାରି ରହିଥିବା ବେଳେ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରିବା ପରେ ବୋମା କିଏ ମାରିଛି ତାହା ଜଣାପଡିବ ବୋଲି ପୋଲିସ କହିଛି ।

Exit mobile version