ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଅବକାରୀ ବିଭାଗ କମିଶନର ନରସିଂହ ଭୋଳ ଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ବିଭିନ୍ନ ସ୍ଥାନ ରେ ଚଢ଼ାଉ ! ବାଙ୍କୀ ସହର ଦେଇ ଆଠଗଡ ର ଭୀରୁଡ଼ା ଅଂଚଳ ରୁ ଏକ ମଦ ବୋଝେଇ ପିକଅପ ଭ୍ୟାନ ନୟାଗଡ଼ ଅଂଚଳ କୁ ଚାଲାଣ ହେଉଥିବା ବେଳେ କଚେରୀ ଛକ ନିକଟ ଟିଭିଏସ ସୋରୁମ ନିକଟରୁ ମାଡି ବସିଥିଲା ଅବକାରୀ ବିଭାଗ ! ଡେପୁଟି ସୁପରିଟେଣ୍ଡ ନିମାଇଁ ଚରଣ ସିଂ , ଓଆଇସି ସୌମ୍ୟ ରଞ୍ଜନ ମାଝୀ ଓ ତାଙ୍କ ଟିମ ଗାଡିକୁ ପିଛା କରି ଜବତ କରିଥିଲେ ! ୧ ହଜାର ୫0 ଲିଟର ଦେଶୀ ରନ୍ଧା ମଦ ଜବତ ସହ ଜଣେ ମଦ ବ୍ୟବସାୟୀ ଗିରଫ ! ଆଠଗଡ଼ ବାସୁଦେବପୁର ଗାଁ ର ଧର୍ମାନନ୍ଦ ଜେନା ଗିରଫ ହୋଇଥିବାର ସୂଚନା ! ଆଗାମୀ ଦିନ ରେ ଚଢ଼ାଉ କୁ ଜୋରଦାର କରାଯିବ ବୋଲି ଅବକାରୀ ଅଧିକାରୀ ସୌମ୍ୟ ରଞ୍ଜନ ମାଝୀ ସୂଚନା ଦେଇଛନ୍ତି !
ଅବକାରୀ ଧରପଗଡ଼ : ଗାଡି ସହ ୧0୫0 ଲିଟର ଦେଶୀ ମଦ ଜବତ !!!

