ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧୀକାରୀ ପ୍ରଶାନ୍ତ କୁମାର ଭୁପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ ମିନି ଲିମା ନାମକ ମହିଳା ପାରଳାଖେମୁଣ୍ଡି ଥାନାରେ ଅଭିଯୋଗ ଦେଇଥିଲେ ତାଙ୍କ ସ୍ବାମୀଙ୍କୁ କେହି ଜଣେ ବ୍ୟକ୍ତି କାରରେ ଆସି ଅପହରଣ କରି ନେଇଥିଲେ ! ତାଙ୍କ ସ୍ବାମୀଙ୍କ ଅପହରଣ ପରେ ୩୦ ଲକ୍ଷ ଟଙ୍କା ଦାବି କରିଥିଲେ । ଟଙ୍କା ନ ଦେଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ । ଏହା ପରେ ସେ ସ୍ବାମୀଙ୍କୁ ମୁକୁଳେଇବା ପାଇଁ ଫୋନ ପେ ମାଧ୍ୟମରେ ଛଅ ଲକ୍ଷ ଟଙ୍କା ଦେଇଥିଲେ । ଟଙ୍କା ଦେବା ପରେ ସ୍ବାମୀଙ୍କୁ ନ ପାଇବାରୁ ଥାନାରେ ଅଭିଯୋଗ ଦେଇଥିଲେ । ମିନି ଲିମାଙ୍କ ଅଭିଯୋଗ ପ୍ରକାରେ ପାରଳାଖେମୁଣ୍ଡି ଥାନା ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା । ତଦନ୍ତ ପରେ ତାଙ୍କ ସ୍ବାମୀ ଙ୍କୁ ଚିଲିକାର ଗୋଟିଏ ହୋଟେଲ୍ ରୁ ପୋଲିସ ଉଦ୍ଧାର କରିଥିଲା । ସେହି ସ୍ଥାନରେ ଚାରିଜଣ ଅଭିଯୁକ୍ତ ଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି । ଉକ୍ତ ଅଭିଯୁକ୍ତ ମାନେ ହେଲେ ଦୀପକ ବେହେରା, କବିରାଜ ମାଳି, ଚୈତନ୍ୟ ମାଳି , ସୀବାଜି ମାଳି । ଏମାନଙ୍କ ମଧ୍ୟରୁ ଦୀପକ୍ ବେହେରା ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ତିନିଜଣ ଗଜପତି ଜିଲ୍ଲାର ବୋଲି ଜଣାପଡ଼ିଛି । ଘଟଣା ସ୍ଥଳରୁ ପାଞ୍ଚୋଟି ମୋବାଇଲ ସହ ନକଲି ଟଙ୍କା ତିଆରି ମେସିନ୍ ଜବତ କରିଛି ପାରଳାଖେମୁଣ୍ଡି ପୋଲିସ୍ । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଥାନା ଅଧିକାରୀ ଗଣମାଧ୍ୟମକୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଅପହରଣ ମାମଲାରେ ଚାରି ଅଭିଯୁକ୍ତ କୋର୍ଟ ଚାଲାଣ !!!

