Site icon Awaj Media

ବାଣପୁର ରେ ପିଲା ଚୋରି ଅଭିଯୋଗରେ ବୃଦ୍ଧ ଗିରଫ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୪ ବର୍ଷର ଶିଶୁ କନ୍ୟାକୁ ଅପହରଣ କରିନେଉଥିବା ବେଳେ ପରିବାର ହାତରେ ଧରା ପଡିଛନ୍ତି ବୃଦ୍ଧ । ପରିବାର ଅଭିଯୋଗ କ୍ରମେ ମଙ୍ଗଳବାର ପୁଲିସ ଅପହରଣକାରୀ କୁ ଗିରଫ କରି ଅଦାଲତ ଚାଲାଣ କରିଛି । ଅଭିଯୋଗରୁ ପ୍ରକାଶ ଯେ ବାଣପୁର କେନାଲ ସାହିର କୁନି ଦାସଙ୍କ ସତସଙ୍ଗ ବିହାର ନିକଟରେ ଏକ ଜଳଖିଆ ଦୋକାନ ରହିଛି । ଗତକାଲି ସନ୍ଧ୍ୟାରେ କୁନି କୈାଣସି କାରଣରୁ ଦେକାନରେ ନଥିବା ବେଳେ କୁନିଙ୍କ ପୁଅ ଏବଂ ଚାରି ବର୍ଷର ଝିଅ ଦୋକାନରେ ଏକାକୀ ଥିଲେ । ତେବେ କୁନିଙ୍କ ପୁଅ ନିକଟସ୍ଥ ଶଙ୍ଖ ପାଖକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ନିକଟରେ ଘଣ୍ଟଶୀଳା ଶଙ୍ଖ ନିର୍ମାଣରେ ଟ୍ରାକ୍ଟର ଚାଳକ ଭାବେ କାର୍ଯ୍ୟରତ ଟାଙ୍ଗି ଅଞ୍ଚଳର ବସନ୍ତ ଦାସ ଝିଅଟିକୁ ଏକାକୀ ପାଇ ଟ୍ରାକ୍ଟରରେ ବସାଇ କେଉଁ ଆଡେ ନେଇ ଯାଇଥିଲେ । ପୁଅ ଠାରୁ ଖବର ପାଇ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଖୋଜାଖୋଜି କରିବାରେ ଘଣ୍ଟଶୀଳା ନିକଟରେ ଶିଶୁ କନ୍ୟା ସହ ବସନ୍ତକୁ ଦେଖି ଝିଅଟିକୁ ଉଦ୍ଧାର କରିବା ସହ ବସନ୍ତକୁ ଅଟକ ରଖି ପୁଲିସକୁ ହସ୍ତାନ୍ତର କରିଥିଲେ । ମଙ୍ଗଳବାରେ କୁନିଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମକଦ୍ଦମା ରୁଜୁ କରି ବସନ୍ତକୁ ଅଦାଲତ ଚାଲାଣ କରିଛି । ତେବେ ଏପରି ଘଟଣା ଏ’ ଅଞ୍ଚଳରେ ପ୍ରଥମ ଥର ହୋଇଥିବାରୁ ପରିବାର ଅଭିଭାବକ ମାନେ ଭୟଭୀତ ହୋଇପଡିଛନ୍ତି ।

Exit mobile version