Site icon Awaj Media

ଅନୁପ୍ରବେଶକାରୀ ମାନଙ୍କୁ ଅଞ୍ଚଳରୁ ବିତାଡିତ କରିବା ନେଇ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ସୁକିନ୍ଦା ଥାନାରେ ଦାବିପତ୍ର ପ୍ରଦାନ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅଞ୍ଚଳରେ ରହୁଥିବା ବାଂଲାଦେଶୀ ଓ ରୋହିଜ୍ଞା ମୁସଲମାନ ମାନଙ୍କୁ ଚିହ୍ନଟ କରି ସ୍ଥାନୀୟ ଅଞ୍ଚଳ, ଜିଲ୍ଲା ତଥା ରାଜ୍ୟରୁ ବିତାଡିତ କରିବା ନେଇ ହିନ୍ଦୁ ସୁରକ୍ଷା ମଞ୍ଚ ପକ୍ଷରୁ ସୁକିନ୍ଦା ଥାନାରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏହି ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ଓ ପ୍ରାଦୃଭାବ ଦିନକୁ ଦିନ ବଢୁଥିବା ଦେଖିବାକୁ ମିଳୁଛି । ସେମାନେ ବେପାର କରିବା ନାଁରେ ଅଞ୍ଚଳକୁ ଆସି ବିଭିନ୍ନ ସରକାରୀ ଜମି ଦଖଲକରି ରହିବା ପରେ ଅନେକ ନାଟକୀୟ କାଣ୍ଡ ଘଟାଉଥିବା ନଜିର ଅଛି । ଦେଶର ଅଖଣ୍ଡତା ଓ ଶାନ୍ତି ବଜାୟ ରଖିବା ପାଇଁ ସେମାନଙ୍କୁ ଚିହ୍ନଟ କରି ବିତାଡିତ କରିବାର ଆବଶ୍ୟକତା ରହିଛି । ବାଙ୍ଗଲାଦେଶର ହିନ୍ଦୁ ମାନଙ୍କ ଉପରେ ଘଟିଥିବା ଅମାନୁଷିକ ଅତ୍ୟାଚାରର ପ୍ରତିଫଳନ ଆମ ରାଜ୍ୟରେ ଅନୁଭୂତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହିସବୁ ଘଟଣାକୁ ନଜର ରଖି ସୁକିନ୍ଦା ଅଞ୍ଚଳ ତଥା ଓଡ଼ିଶାର ବିଭିନ୍ନ ସ୍ଥାନରେ ରହୁଥିବା ଏହି ସମ୍ପ୍ରଦାୟର ଜନସାଧାରଣଙ୍କୁ ଯଥାଶୀଘ୍ର ଚିହ୍ନଟ କରି ବିତାଡିତ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି । ହିନ୍ଦୁ ସୁରକ୍ଷା ସଙ୍ଗଠନର ଶତାଧିକ ଯୁବକ ସୁକିନ୍ଦା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଦେଖିବାକୁ ମିଳିଛି ।

Exit mobile version