Site icon Awaj Media

ଯୌତୁକ ନିର୍ଯ୍ୟାତନା ଓ ହତ୍ୟା ଷଡଯନ୍ତ୍ର ର ଶିକାର ଶିବାନୀ : ନ୍ୟାୟ ପାଇଁ ଥାନା ର ଦ୍ୱାରସ୍ଥ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମ ବାପା ଛେଉଣ୍ଡ ଝିଅ ଶିବାନୀ, ମାତ୍ର ୫ ବର୍ଷ ବୟସ ରୁ ବାପା ପଞ୍ଚାନନ ଙ୍କୁ ହରାଇ ପିତୃ ସ୍ନେହ ରୁ ବଞ୍ଚିତ କେବଳ ମାଙ୍କ ଲାଳନ ପାଳନ ରେ ସାନ ଭଉଣୀ ଓ ସାନ ଭାଇ ଙ୍କ ମେଳ ରେ ବଡ଼ ହେଲା ପରେ ମା ତାଙ୍କୁ ଦୁଇ ବର୍ଷ ତଳେ ଆୟତପୁର ର ତୋଟା ଗ୍ରାମର ଭାଗିରଥି ବରାଳ ଙ୍କ ପୁଅ ପବିତ୍ର ଙ୍କୁ ବାହା ଦେଇଥିଲେ । ଝିଅ କୁ ଖୁସି ରେ ରଖିବା ପାଇଁ ନିଜ ସାଧ୍ୟ୍ୟ ଅନୁସାରେ ଶ୍ୱଶୁର ଘର ଦାବି ମୁତାବକ ଯୌତୁକ ଭାବେ ନଗଦ ଏକ ଲକ୍ଷ ଟଙ୍କା, ଗୋଟିଏ ସୁନା ଚେନ, ଦୁଇଟି ସୁନା ମୁଦି,ବ୍ରେସଲେଟ, ଗୋଟିଏ ଫ୍ରିଜ ଓ ଗ୍ରାଇଣ୍ଡର ପବିତ୍ର ଙ୍କୁ ଦେଇଥିଲେ । ଏବଂ ଏହା ବାଦ ଝିଅ କୁ ୪ ହଳ ସୁନା କାନ ଫୁଲ, ମଙ୍ଗଳ ସୂତ୍ର, ହାର ଓ ମୁଦି ସହ ଅନ୍ୟାନ୍ୟ ଘର କରଣା ସାମାନ ଦେଇଥିଲେ । ବାହା ଘରର ୩ ମାସ ପର୍ଯ୍ୟନ୍ତ ସେମାନେ ସୁଖ ର ଚଳୁ ଥିବା ବେଳେ ପରେ ଶ୍ୱଶୁର ଘର ର ଅସଲ ସ୍ୱରୂପ ପ୍ରକାଶ ପାଇଲା । ଶିବାନୀ ଙ୍କ ସ୍ୱାମୀ, ଶ୍ୱଶୁର, ଶାଶୁ ବାପ ଘରୁ ଏକ ନୂଆ ମୋଟର ସାଇକେଲ ପାଇଁ ଚାପ ସୃଷ୍ଟି କରିବାରେ ଶିବାନୀ ଙ୍କ ମା ଅର୍ଥାଭାବ ଯୋଗୁଁ ଏହା ଦେବାକୁ ସକ୍ଷମ ନୁହନ୍ତି ବୋଲି ଜଣାଇ ବାରେ ତାଙ୍କୁ ଶାଶୁ, ଶଶୁର, ସ୍ୱାମୀ ଓ ନଣନ୍ଦ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ ଅଧିକାଂଶ ଦିନ ବାଡ଼ିଆ ପିଟା କରିବା ସଙ୍ଗେ ସଙ୍ଗେ ଆଣିଥବା ସମସ୍ତ ସୁନା ଅଳଙ୍କାର କୁ ଜୋର କରି ଛଡେଇ ନେବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ । ସେ ଗର୍ଭବସ୍ଥା ସମୟରେ ସ୍ୱାମୀ ବିଦେଶ ଚାଲିଯିବାରୁ ସେମାନେ ତାଙ୍କୁ ଅକଥନୀୟ ଅତ୍ୟାଚାର କରି ଗର୍ଭ ନଷ୍ଟ କରିବା ପାଇଁ ପେଟକୁ ଗୋଇଠା ମାରିଥିଲେ କିନ୍ତୁ ସୌଭାଗ୍ୟ କୁ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ସ୍ୱାମୀ ବିଦେଶ ରୁ ଫେରି ବା ପରେ ସମସ୍ତେ ମିଶିକି ଖାଦ୍ୟ ରେ ବିଷ ମିଶାଇ ମାରିଦେବାକୁ ଚେଷ୍ଟା କରିବାରୁ ଶିବାନୀ ବୋଉ ସପନୀଙ୍କୁ ଖବର ଦେଇ ତାଙ୍କୁ ତୁରନ୍ତ ନେଇଯିବା ପାଇଁ ଜଣାଇଥିଲେ । ଖବର ପାଇ ବୋଉ ସପନୀ, ମାଉସୀ ମିନତୀ ଶିବାନୀ ଙ୍କୁ ଆଣିବା ପାଈଁ ଶାଶୂ ଘରେ ପହଞ୍ଚି ବାରୁ ଶାଶୁ, ଶଶୁର ନଣନ୍ଦ ମାନେ ମିଶିକି ଶିବାନୀ, ତାଙ୍କ ବୋଉ ଓ ମାଉସୀ ଙ୍କୁ ମାଡମାରି ଗୁରୁତର କରିବାରେ ସେମାନେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସିତ ହେବା ସଙ୍ଗେ ସଙ୍ଗେ ଶିବାନୀ ଚଳିତ ମାସ ୯ ତାରିଖ ରେ ଡ଼ିସଚାର୍ଜ ହୋଇ ଶନିବାର ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ପାଇଁ ଥାନା ରେ ଇତଲା ଦେଇ ନ୍ୟାୟ ଅପେକ୍ଷା ରେ ରହିଛନ୍ତି ।।

Exit mobile version