Site icon Awaj Media

ଅଙ୍ଗନବାଡି ଦିଦି ଙ୍କୁ ରାସ୍ତାରେ ହାଣିଲେ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : କଳାପଥର ନିକଟସ୍ଥ ଚାରିଛକ ଠାରେ ମହିଳା ଙ୍କୁ ଗୋଡେଇ ଗୋଡେଇ ହାଣି ଲହୁ ଲୁହାଣ କରିଛନ୍ତି କିଛି ଦୁର୍ବୁତ୍ତ ! ସୂଚନା ମୁତାବକ ମହିଳା ଜଣକ ନିଜ ସ୍କୁଟି ରେ ଆସୁଥିବା ସମୟ ରେ କିଛି ଦୁର୍ବୁତ୍ତ ତାଙ୍କୁ ମାରଣନ୍ତାକ ଆକ୍ରମଣ କରି ଲହୁ ଲୁହାଣ କରିଛନ୍ତି ! କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ଗ୍ରାମର ଚରିଛକ ଠାରେ ଦୁର୍ବୁତ୍ତ ଙ୍କ ଆକ୍ରମଣର ଶୀକାର ହୋଇଛନ୍ତି ଅଙ୍ଗନବାଡ଼ି କର୍ମୀ ! ଅନୁଆରି ଗ୍ରାମରେ ଅଙ୍ଗନବାଡି କର୍ମୀ ଭାବେ କାର୍ଯ୍ୟରତ କର୍ମୀ କାମ ପାଇଁ ବାଙ୍କୀ ଯିବା ବାଟରେ ତାଙ୍କୁ କିଛି ଦୃର୍ବୁତ୍ତ ଆକ୍ରମଣ କରିଥିଲେ ! ମହିଳାଙ୍କ ଜଙ୍ଘରେ ଗୁରୁତର ଆଘାତ ହୋଇଥିବା ସୂଚନା ! ସ୍ଥାନୀୟ ଲୋକେ ତାଙ୍କୁ ଖୋର୍ଦ୍ଧା ମେଡିକାଲ ନେଇଥିବା ଜଣାଯାଇଛି ! ମହିଳା ଜଣଙ୍କ ଧଳାପଥର ଗ୍ରାମରେ ରୁହନ୍ତି । ଆକ୍ରମଣ କିଏ କାହିଁକି କରିଛି , ତାହା ସ୍ପଷ୍ଟ ହୋଇନାହିଁ ! ଘଟଣା ସ୍ଥଳରେ ବୈଦ୍ୟେଶ୍ୱର ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ! ଏହି ଅଞ୍ଚଳ ନିକାଞ୍ଚନ ସ୍ଥାନ ହେଇଥିବାରୁ ଏଭଳି ଜଘନ୍ୟ କାଣ୍ଡ କରିବା ପାଇଁ ଅପରାଧୀ ମାନେ ସକ୍ଷମ ହେଉଛନ୍ତି !

Exit mobile version