Site icon Awaj Media

ପଶ୍ଚିମବଙ୍ଗ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପଶ୍ଚିମବଙ୍ଗ ଟ୍ରେନିଂ ଡାକ୍ତରାଣୀ ଦୁଷ୍କର୍ମ ଓ ବିଭତ୍ସ ହତ୍ୟା ଘଟଣାରେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାୁଷ୍ଠାନ ଗ୍ରହଣ ପାଇଁ ଦେଶବ୍ୟାପୀ ଆନ୍ଦୋଳନ ତେଜିଛି । ଏହି କ୍ରମରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ପାରଳା ଯୁବ ସଂଘର ସଦସ୍ୟଙ୍କ ନେତୃତ୍ୱରେ 150 ରୁ ଉର୍ଦ୍ଧ୍ବ ଯୁବକ ଯୁବତୀ ପାରଳା ରଜନହର ସମ୍ମୁଖରେ ଉପସ୍ଥିତ ହୋଇ ଦୋଷୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନଷ୍ଠାନ ଗ୍ରହଣ ପୂର୍ବକ ପୀଡ଼ିତା ତଥା ତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦନ ପାଇଁ ଦାବି କରିଥିଲେ । ପରେ ପୋଲିସ୍ ଉପସ୍ଥିତିରେ ରଜନହର ରୁ କଲେଜ ଛକ ଦେଇ ପୁଣି ରଜନହର ଯାଏଁ ବିକ୍ଷୋଭ ଶୋଭାଯାତ୍ରା କରିଥଲେ ।

Exit mobile version