Site icon Awaj Media

ଭିଜିଲାନସ ଜାଲରେ CHSE ରେକର୍ଡ ସପ୍ଲାୟର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରେକର୍ଡ ସାପ୍ଲାୟର୍ସ ଘରେ ଭିଜିଲାନ୍ସ ଚଢ଼ାଉ ! ବେଆଇନ ସମ୍ପତି ଠୁଳ ଅଭିଯୋଗରେ କାଉନ୍ସିଲ ଅଫ ହାଇୟର ସେକେଣ୍ଡାରୀ ଏଜୁକେସନ କାର୍ଯ୍ୟାଳୟ ଭୁବନେଶ୍ୱରରେ କାର୍ଯ୍ୟରତ ରେକର୍ଡ ସପ୍ଲାୟର ପୁରେନ୍ଦ୍ର କୁମାର ସେଠୀଙ୍କର ୩ ଟି ବାସସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଏହି କ୍ରମରେ ପୁରେନ୍ଦ୍ର କାର୍ଯ୍ୟରତ ଭୁବନେଶ୍ୱର କାର୍ଯ୍ୟାଳୟ, ତାଙ୍କର ପଟିଆ ସ୍ଥିତ ବାସଭବନ ଓ ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ କେଉପଡା ଗାଁ ର ପୈତୃକ ବାସଭବନରେ ମଧ୍ୟ ଚଢ଼ାଉ ଜାରି ରହିଛି । ଭିଜିଲାନ୍ସ ର ଏକ ଟିମ କେଉପଡା ସ୍ଥିତ ପୈତୃକ ବାସଭବନରେ ବିଭିନ୍ନ ପ୍ରକାର ବ୍ୟାଙ୍କ ପାସବୁକ, ଜମିବାଡ଼ି ଦସ୍ତାବିଜ ତଥା ଅନ୍ୟାନ୍ୟ ସମ୍ପତି ଆଦିକୁ ଯାଞ୍ଚ କରୁଛନ୍ତି। ତେବେ ପୁରେନ୍ଦ୍ର ସେଠୀ ଙ୍କର କେତେ ସମ୍ପତି ରହିଛି ତାହା ଚଢ଼ାଉ ଶେଷ ହେବା ପରେ ସ୍ପଷ୍ଟ ହେବ ।

Exit mobile version