Site icon Awaj Media

ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ଜଗତପୁର ଥାନା ଅଧିକାରୀ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଅପରାଧୀଙ୍କୁ ସୁରକ୍ଷା ଦେଉଛନ୍ତି ଜଗତପୁର ଥାନା ଅଧିକାରୀ | ପୋଲିସ ମହା ନିର୍ଦେଶକଙ୍କୁ ଅଭିଯୋଗ କଲେ ଶ୍ରେୟା ଦାସ | କଟକ ପ୍ରଫେସର ପଡାର ଶ୍ରେୟା ଦାସ ପୋଲିସ ମୁଖ୍ୟାଳୟ ରେ ପହଁଞ୍ଚି ପୋଲିସ ମହାନିର୍ଦେଶକ ଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି କି ତାଙ୍କର ଏକ ଗ୍ୟାସ ଗୋଦାମ ଜଗତପୁର ଥାନା ବସନ୍ତ ବିହାର ଖଇରା ରେ ଅଛି ଯାହାକୁ ସେ 15 ବର୍ଷ ପାଇଁ ଲିଜ ଆକାରରେ ଜମି ମାଲିକ ସତ୍ୟ ନାରାୟଣ ଦାସ ଙ୍କ ଠାରୁ ନେଇଥିଲେ ! ଏହି ସମୟରେ ଜମି ମାଲିକ ଙ୍କୁ ଦଶ ଲକ୍ଷ ଟଙ୍କା ଅଗ୍ରିମ ଦେବା ସହ ଖାଲ ଜମିରେ ମାଟି ପକାଇବା ସହ 22 ଲକ୍ଷ ଟଙ୍କା ଖର୍ଚ୍ଚ କରି ଗୋଦାମ ଘର ଓ ଅଫିସ ଘର ଏବଂ ପାଚେରୀ ତିଆରି କରିଥିଲେ | ହେଲେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ସିଦାର୍ଥ ଦାସ , ଶ୍ରେୟା ଦାସ ଙ୍କ ଅନୁପସ୍ଥିତି ରେ କିଛି ଅସାମାଜିକ ଲୋକଙ୍କୁ ଲଗାଇ ଗ୍ରିଲ ଓ ଗେଟ ଭାଙ୍ଗି ତାଙ୍କର ଗୋଦାମ ଲୁଟିବା ସହ ତାଙ୍କ ଅଫିସ ର ସମସ୍ତ ଆସବାବ ପତ୍ର ଚୋରି କରି ନେଇଥିଲେ ! ଏ ସମ୍ପର୍କ ରେ ଶ୍ରେୟା ଦାସ ଜଗତପୁର ଥାନା ରେ ଗତ ଜୁନ 27 ତାରିଖରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଜଗତପୁର ଥାନା ଅଧିକାରୀ କୌଣସି ପଦକ୍ଷେପ ନେଇ ନଥିଲେ ! ଓଲଟା ଶ୍ରେୟା ଦାସ ଙ୍କୁ ଥାନା କୁ ବାରମ୍ବାର ଡାକି ବସାଇବା ସହ ନିର୍ଯାତନା ଦେଇଥିଲେ | ପରେ ଶ୍ରେୟା ଦାସ ଏସିପି ଅରୁଣ ସାହୁ ଓ ଡିସିପି ଙ୍କୁ ବାରମ୍ବାର ଜଣାଇଲା ପରେ ଏକ ମାସ ପରେ ଜଗତପୁର ଥାନା ଅଧିକାରୀ କୋହଳ ଦଫା ଲଗାଇ କେଶ ରୁଜୁ କରିଥିଲେ | ହେଲେ ତଦନ୍ତକାରୀ ଅଧିକାରୀ କେଶ ନେଇ ତଦନ୍ତ ନ କରି ଛୁଟିରେ ଚାଲି ଯାଇଥିଲେ | ସେ ଛୁଟି ରୁ ଫେରି ଏକ ମାସ ପରେ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ ! ଓଲଟା ଶ୍ରେୟା ଦାସ ଙ୍କୁ ବାରମ୍ବାର ଥାନା କୁ ଡକାଇ ହଇରାଣ ହରକତ କରିବା ସହ ମାନସିକ ନିର୍ଯାତନା ଦେଇଥିଲେ ! ତେଣୁ ଆଜି ଏ ସମ୍ପର୍କ ରେ ଶ୍ରେୟା ଦାସ ପୋଲିସ ମହା ନିର୍ଦେଶକ ଙ୍କ କାର୍ଯ୍ୟାଳୟ ରେ ପହଁଞ୍ଚି ଜଗତପୁର ଥାନା ଅଧିକାରୀ ଓମ ପ୍ରକାଶ ମହାନ୍ତି ଙ୍କ ବିରୁଦ୍ଧରେ ଅଭିଯୋଗ କରିବା ସହ ନ୍ୟାୟ ପାଇଁ ଅପିଲ କରିଥିଲେ ଏବଂ ପୋଲିସ ମହା ନିର୍ଦ୍ଦେଶକ ଏହାକୁ ଗୁରୁତର ସହ ନେଇ ଆସାମୀ ମାନଙ୍କୁ ଯଥାଶୀଘ୍ର ଗିରଫ କରିବା ପାଇଁ ଜଗତପୁର ଥାନା ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି |

Exit mobile version