Site icon Awaj Media

ପାରଳାଖେମୁଣ୍ଡି ପୋଲିସ କୁ ବଡ଼ ସଫଳତା : 19 ଟି ବାଇକ୍ ସହ ଜଣେ ଗିରଫ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ କରି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ସୂଚନା ଅନୁସାରେ ସେପ୍ଟେମ୍ବର 27 ତାରିଖ ରାତ୍ରୀରେ ପୋଲିସ ପେଟ୍ରୋଲିଙ୍ଗ ସମୟରେ ଫରେଷ୍ଟ ଗେଟ୍ ଛକରେ ଏସ୍ଆଇ ଲକ୍ଷଣ ବେହେରା ଏବଂ ପୋଲିସ ଷ୍ଟାଫ୍ ଙ୍କ ମିଳିତ ଉଦ୍ୟମରେ ଗୋଟିଏ ରୟାଲ ଇନ୍ ଫିଲ୍ଡ ବାଇକ୍ ଆରୋହିଙ୍କୁ ରାତ୍ରୀ 11:30 ମିନିଟ୍ ସମୟରେ ଅଟକାଇ ଯାଞ୍ଚ୍ କରିବା ସମୟରେ ଜଣାପଡ଼ିଛି ଯେ ଉକ୍ତ ବୁଲେଟ୍ ନମ୍ବରରେ ଫେକ୍ ପଞ୍ଜିକରଣ ହୋଇଛି। ପରେ ବାଇକ ଅରୋହୀଙ୍କୁ ଧରି ପୋଲିସ ତଦନ୍ତ ଆରମ୍ଭ କରିଥିଲ। ଏଥିରେ ପାରଳାଖେମୁଣ୍ଡି ପୋଲିସକୁ ବଡ଼ ସଫଳତା ମିଳିଛି।ଆନ୍ଧ୍ର ପ୍ରଦେଶର ଶିକାକୋଲମ୍, ବିଶାଖାପାଟଣା,ବିଜୟ ନଗର ପରି ବଡ଼ ବଡ଼ ସହରରୁ ଆଣି ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଆଗାମୀ ସମୟରେ ରଖି ବିକ୍ରି କରିବାକୁ ଜାଲ ବିଛେଇ ଥିଲା ଅଭିଯୁକ୍ତ।ପରେ ପାରଳାଖେମୁଣ୍ଡି ପୋଲିସ ହାତରେ ବନ୍ଧା ହୋଇଛି ସିକାକୋଲମ୍ ଜିଲ୍ଲାର R. ରଘୁ ନନ୍ଦମ୍ ଓରଫ ରଘୁ ପ୍ରଧାନ।ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ସମୟରେ ଏସଡିପିଓ ମାଧବାନନ୍ଦ ନାୟକ, ପାରଳାଖେମୁଣ୍ଡି ଥାନା ଅଧିକାରୀ ପ୍ରଶାନ୍ତ ଭୁପତି ପ୍ରମୁଖ ଉପସ୍ଥିତ ଥିଲେ।

Exit mobile version