Site icon Awaj Media

ପରୀକ୍ଷା ରେ ପାସ୍ କରେଇ ଦେବା ଲୋଭ ଦେଖାଇ ନାବାଳିକା କୁ ଦୁଷ୍କର୍ମ କଲା ଟିଉସନ ମାଷ୍ଟର !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ରେ ଘଟିଛି ଏକ ଲଜ୍ୟା ଜନକ ଘଟଣା l ଜଣେ ସପ୍ତମ ଶ୍ରେଣୀର ନାବାଳିକା ଛାତ୍ରୀକୁ ସ୍କୁଲ ଗୃହରେ ଦୁଷ୍କର୍ମ କରିଛି ଟିଉସନ ମାଷ୍ଟର l ଏନେଇ ଅଭିଯୁକ୍ତ ଙ୍କ ମା ଗମ୍ଭାରୀମୁଣ୍ଡା ବିଟ ହାଉସ ରେ ଲିଖିତ ଅଭିଯୋଗ କରିଛନ୍ତି l ପୋଲିସ ଅଭିଯୋଗ ପାଇ ୩୨୭ / ୨୪ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଅଭିଯୁକ୍ତ ଜଣକ ହେଲେ ତୋଟା ଗ୍ରାମର କଲେଜ ଛାତ୍ର ଲିଙ୍ଗରାଜ ମୁଦୁଲି, ବୟସ ୧୯ ବର୍ଷ l ଅଭିଯୁକ୍ତ କୁ ଅଟକ ରଖି ତଦନ୍ତ ଚଲାଇଛି ପୋଲିସ । ପୀଡିତା ର ମା ଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତ ପାଖରେ ସ୍କୁଲ ଘରର ଚାବି ରହୁଥିବାରୁ କୋସଚୀନ ପେପର ଦେଖାଇବା ପାଇଁ ଚଳିତ ମାସ ୫ ତାରିଖ ସନ୍ଧ୍ୟା ପ୍ରାୟ ୭ ଘଣ୍ଟିକା ସମୟ ରେ ତୋଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସର କୁ କିଛି ପିଲାମାନଙ୍କୁ ଡ଼ାକି ନେଇଥିଲା । ପରେ ରୋଷେଇ ଗୃହକୁ ପୀଡିତା କୁ ଡାକି ନେଇ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲା ଟିଉସନ ଶିକ୍ଷକ ଲିଙ୍ଗରାଜ ମୁଦୁଲି  । ଆଉ ଏ ସମ୍ପର୍କରେ କାହାକୁ କହିଲେ ମାରି ଦେବାକୁ ଧମକ ଦେଇଥିଲା ! ପରେ ପୀଡିତା ଟିଉସନ ନ ଯିବା ପାଇଁ ଘର ଲୋକଙ୍କୁ ମନା କରିଥିଲା । ଫଳରେ ଘର ଲୋକେ ପୀଡିତା କୁ ପଚାରିବାରୁ ପୀଡିତା ସବୁ କଥା ଘରେ କହିଥିଲା । ଘର ଲୋକେ ଟିଉସନ ଶିକ୍ଷକ କୁ ଏହି ବିଷୟ ରେ ପଚାରିବାରୁ ପ୍ରଥମେ ମନା କରିଥିଲା, ପରେ ପୀଡିତା କୁ ଦୁଷ୍କର୍ମ କରିଥିବା ମାନି ନେଇଥିଲା । ଏନେଇ ଗମ୍ଭାରୀମୁଣ୍ଡା ବିଟ ହାଉସ ରେ ଲିଖିତ ଅଭିଯୋଗ ପରେ ୩୨୭/୨୪ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ନାଚୁଣୀ ଥାନା ପୋଲିସ ।।

Exit mobile version