Site icon Awaj Media

ଜମି ପଟା ପାଇଁ ଲାଞ୍ଚ ନେଉଥିଲେ ଆରଆଇ – ମାଡି ବସିଲା ଭିଜିଲାନ୍ସ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଭିଜିଲାନ୍ସ ହାତରେ ଧରା ପଡ଼ିଲେ ରାଜସ୍ବ ନିରୀକ୍ଷକ ସୁଶାନ୍ତ ସ୍ୱାଇଁ, ସୁକିନ୍ଦା ସ୍ଥିତ ବାସ ଗୃହରେ ଚଢ଼ାଉ ! ଧର୍ମଶାଳା ତହସିଲ ଅଧୀନ ବଳରାମପୁର ରାଜସ୍ବ ନିରୀକ୍ଷକ ସୁଶାନ୍ତ କୁମାର ସ୍ୱାଇଁ ଜମି ପଟ୍ଟା କରିଦେବା ପାଇଁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଅଭିଯୋଗକାରୀଙ୍କ ଠାରୁ ଜମି ମ୍ୟୁଟେସନ ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସୁଶାନ୍ତ ଦୀର୍ଘ ଦିନ ହେବ ଅଭିଯୋଗକାରୀଙ୍କ କାମ ନକରି ବାରମ୍ବାର ଅଫିସକୁ ଦୌଡାଉଥିଲେ । ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁସାରେ ଶନିବାର ସନ୍ଧ୍ୟା 7 ଘଟିକା ସମୟରେ ସୁସାନ୍ତଙ୍କ ସୁକିନ୍ଦାସ୍ଥିତ ବାସଭବନ ସମେତ ଦୁଇଟି ସ୍ଥାନରେ ଚଢ଼ାଉ ହୋଇଥିଲା ।

Exit mobile version